Only for Entertainment

ବିଗବସ କପଲ ପୁନିଶ ବନ୍ଦଗୀଙ୍କ ନୂଆ ଗୀତ, ଟିଜରରେ ନଜର ଆସିଲା କେମେଷ୍ଟ୍ରି ।

aajtak
0 44

ବିଗ ବସ ୧୧ରେ ଖୁବ ପରିଚିତ ଯୋଡ଼ି ପୁନିଶ ଓ ବନ୍ଦଗୀ କାଲରାଙ୍କ ମଧ୍ୟରେ ଥିବା ଗଭୀର ପ୍ରେମ ଏବେ ବିବାହର ଖୁବ ନିକଟରେ ପହଂଚିଛି । ଦୁଇ ଜଣ ଲମ୍ବା ସମୟ ଧରି ଲିଭ ଇନରେ ରହି ଆସୁଛନ୍ତି । ନିକଟରେ ଦୁଇ ଜଣ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । କାରଣ ହେଉଛି ଏମାନଙ୍କର ନୂଆ ଗୀତ । ଯାହାର ଟିଜର ନିକଟରେ ରିଲିଜ ହୋଇଛି ।

 

ପୁନିଶ ଶର୍ମା ଏବଂ ବନ୍ଦଗୀ କାଲରା ନିର୍ଦ୍ଦେଶକ ମିଟ ବ୍ରଙ୍କ ମ୍ୟୁଜିକ ଭିଡ଼ିଓରେ ନଜର ଆସିବେ । ଏହି ଭିଡ଼ିଓରେ ଦୁଇଜଣଙ୍କ ରୋମାନ୍ସର କେମେଷ୍ଟ୍ରି ନଜର ଆସିଛି । ଏହା ହେଉଛି ଏହି ଦୁଇଜଣଙ୍କ ପ୍ରଥମ ମ୍ୟୁଜିକ ଭିଡ଼ିଓ । ଖୁବଶୀଘ୍ର ଏହି ଗୀତ ରିଲିଜ ହେବାକୁ ଯାଉଛି । ଏହି ବିୟୁଟିଫୁଲ କପଲ ବିଗବସ ଘରେ ଟିପ ଟିପ ବରଷା ପାନି ଗୀତରେ ଡ୍ୟାନ୍ସ କରିଥିବା ନଜର ଆସିଥିଲେ ।

ସମୟ ସହିତ ଦୁଇ ଜଣଙ୍କ ସଂପର୍କ ମଧ୍ୟ ମଜବୁତ ହେବାକୁ ଯାଉଛି । ମାର୍ଚ୍ଚ ମାସରେ ବନ୍ଦଗୀ ଦିଲ୍ଲୀରେ ପୁନିଶଙ୍କ ପରିବାରଙ୍କ ସହିତ ସାକ୍ଷାତ କରିଥିଲେ । ଏହି ସାକ୍ଷାତର ଅର୍ଥ ସଂପର୍କକୁ ଏକ ନୂଆ ଦିଗ ଦେବାପାଇଁ ଥିଲା । ଆଜ ତକ ସହିତ କଥା ହେଉଥିବା ସମୟରେ ବନ୍ଦଗୀ ପୁନିଶଙ୍କୁ ନେଇ କହିଥିଲେଯେ ର୍ମୁ ମୋ ଶ୍ୱଶୁର ଘର ଦେଖିବାକୁ ଆସିଛି ଏବଂ ତାଙ୍କ ଘର ଲୋକଙ୍କ ସହିତ ସାକ୍ଷାତ କରି ସେମାନଙ୍କ ସହିତ ସମୟ ବିତାଇବା ମୋର ଲକ୍ଷ୍ୟ । ତେବେ ବିବାହ ଠିକ ହୋଇନାହିଁ ତଥାପି ଏହି ବର୍ଷ କିମ୍ବା ଆସନ୍ତା ବର୍ଷ ବିବାହ ହୋଇପାରେ ।

 

bandgi puneeshବନ୍ଦଗୀ ଓ ପୁନିଶ ମୁମ୍ବାଇରେ ଏକା ସାଙ୍ଗରେ ରହୁଛନ୍ତି । ପୁନିଶ ମୁମ୍ବାଇରେ ସେଟଲ ମଧ୍ୟ ହୋଇ ଯାଇଛନ୍ତି । ବନ୍ଦଗୀଙ୍କ କହିବା ଅନୁସାରେ ଯଦି ବିଗ ବସ ଘରର ୩ ମାସକୁ ମିଶାଇ ଦିଆଯାଏ ତେବେ ୬ ମାସ ହେବ ସେମାନେ ଏକା ସାଙ୍ଗରେ ରହି ଆସୁଛନ୍ତି । ତେବେ କେବଳ ବିବାହର ଟ୍ୟାଗ ଲାଗିବା ବାକି ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More