Only for Entertainment

ଗରୀବ ଶିଶୁଙ୍କ ପାଇଁ ଦେବଦୂତ ସାଜିଛନ୍ତି ପଂଜାବର ବ୍ୟକ୍ତି, ୨ବର୍ଷ ମଧ୍ୟରେ ସଂଗ୍ରହ କଲେଣି ୧୦ହଜାରରୁ ଉଦ୍ଧ୍ୱର୍ ପୁସ୍ତକ !

43

ଚଣ୍ତୀଗଡ଼ର ସନ୍ଦୀପ କୁମାରଙ୍କ ପୁରୁଣା ପାଠ୍ୟ ପୁସ୍ତକ ସ˚ଗ୍ରହ ଅଭିଯାନ ଚର୍ଚ୍ଚାରେ। ଗଲା ଦୁଇ ବର୍ଷ ମଧୢରେ ସେ ଦଶ ହଜାର ପାଠ୍ୟ ପୁସ୍ତକ ସ˚ଗ୍ରହ କରି ଗରିବ ଛାତ୍ରଛାତ୍ରୀଙ୍କୁ ବାଣ୍ଟିଲେଣି। ପ୍ରତିଦିନ ସେ ନିଜ ବାଇକ୍‌ରେ ଘରକୁ ଘର ବୁଲି ପାଠ୍ୟ ପୁସ୍ତକ ସ˚ଗ୍ରହ କରନ୍ତି। ନିର୍ଦ୍ଦିଷ୍ଟ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ପୁସ୍ତକଗୁଡ଼ିକୁ ଏକତ୍ର କରିରଖନ୍ତି ଏବ˚ ସରକାରୀ ସ୍କୁଲରେ ପଢ଼ୁଥିବା ଗରିବ ଛାତ୍ରଛାତ୍ରୀଙ୍କୁ ବାଣ୍ଟିଦିଅନ୍ତି। ସନ୍ଦୀପଙ୍କ ଘର ହରିଆଣା ଅନ୍ତର୍ଗତ ବିଵାନୀ ଜିଲ୍ଲାରେ।

ଦ୍ବାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ, ଶିକ୍ଷା ତାଲିମ ପାଇଁ ଚଣ୍ତୀଗଡ଼ ଚାଲିଯାଇଥିଲେ। ସେହି ସମୟରେ ଏକ ସରକାରୀ ସ୍କୁଲ୍‌ରେ ପଢ଼ାଇବା ପାଇଁ ତାଙ୍କୁ ସୁଯୋଗ ମିଳିଥିଲା। ସ୍କୁଲରେ ପଢ଼ୁଥିବା ଏକାଧିକ ଗରିବ-ମେଧାବୀ ଛାତ୍ରଛାତ୍ରୀଙ୍କର ପାଠ୍ୟ ପୁସ୍ତକ ନ ଥିଲା। କେବଳ ଶିକ୍ଷକଙ୍କ ପଢ଼ାକୁ ସେମାନେ ନିଜ ଟିପା ଖାତାରେ ଲେଖି ଘରେ ପଢ଼ୁଥିଲେ। ସନ୍ଦୀପ ଏହା ଜାଣିବା ପରେ ପାଠ୍ୟ ପୁସ୍ତକ ସ˚ଗ୍ରହ ଆରମ୍ଭ କରିଥିଲେ।

ସନ୍ଦୀପଙ୍କ ଦ୍ବାରା ପୁରୁଣା ପାଠ୍ୟ ପୁସ୍ତକ ସ˚ଗ୍ରହ କାର୍ଯ୍ୟକ୍ରମ ଏବେ ଏକ ଅଭିଯାନରେ ପରିଣତ ହୋଇଛି। ତାଙ୍କ ଅଭିଯାନରେ ଏବେ ଦୁଇ ଶହ ଜଣ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି। ଅନେକ ଛାତ୍ରଛାତ୍ରୀଙ୍କ ଅଭିଭାବକ ସେମାନଙ୍କ ପିଲାମାନଙ୍କର ପୁରୁଣା ପଢ଼ା-ବହି ସନ୍ଦୀପଙ୍କୁ ଦାନ କରୁଛନ୍ତି। ଗରିବ ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଇବା, ମାସିକ ଋତୁକ୍ରିୟା ସମୟରେ ସ୍ବଚ୍ଛତା ବାବଦରେ ମହିଳାମାନଙ୍କୁ ସଚେତନ କରାଇବା ଏବ˚ ସେମାନଙ୍କୁ ମାଗଣାରେ ସାନିଟାରୀ ନାପ୍‌କିନ୍‌ ବାଣ୍ଟିବା, ସନ୍ଦୀପଙ୍କ ଜନକଲ୍ୟାଣମୂଳକ କାର୍ଯ୍ୟର ଆଉ ଏକ ଉଲ୍ଲେଖନୀୟ ଦିଗ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More