Only for Entertainment

ଚମତ୍କାର: ବନ୍ଧା ପଡ଼ିଲା ପଂଜାବ ପୋଲିସ, ବଂଚାଇଲା ହିମାଚଳ ପୋଲିସ………………

punjabkeshari
87

ଡମଟାଲ ଥାନାର ଗାଁ ଛନ୍ନି ବିଲ୍ଲିରେ ପଂଜାବର ଭୋଗପୁରର କୌଣସି ଘଟଣାକୁ ନେଇ ଆସିଥିବା ପୋଲିସ ଟିମକୁ ଗ୍ରାମବାସୀ ବନ୍ଧା ରଖିଦେଲେ ଏବଂ ସେମାନଙ୍କୁ ମାରପିଟ କରି ସେମାନଙ୍କର ଅସ୍ତ୍ର ଶସ୍ତ୍ର ଛଡ଼ାଇନେଲେ । ପଂଜାବ ପୋଲିସ ଉଠାଇ ନେଇଥିବା ଯୁବକକୁ ମୁକୁଳାଇବା ପାଇଁ ବନ୍ଧକ ରଖିଦେଲେ । କିନ୍ତୁ ପଂଜାବ ପୋଲିସ କର୍ମୀ ମାନଙ୍କୁ ହିମାଚଳ ପୋଲିସର ସହାୟତାରେ ରକ୍ଷା କରାଗଲା ।

 

ଖବର ଅନୁସାରେ ପଂଜାବର ଭୋଗପୁରରୁ ଆସିଥିବା ପଂଜାବ ପୋଲିସର ଏ.ଏସ.ଆଇ ଜସବିନ୍ଦର ସିଂ,ନରେନ୍ଦ୍ର ସିଂ ଏବଂ ତାଙ୍କ ପୋଲିସ ଟିମ୍ ସୋମବାରକୁ ଏକ ଯୁବକକୁ ଧରିବା ପାଇଁ ଗାଁ ମଧ୍ୟକୁ ଯାଇଥିଲେ । ପୋଲିସ ଟିମକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ତେବେ ଗାଁକୁ ଯାଇଥିବା ପଂଜାବ ପୋଲିସ ଡମତାଲ ଥାନାକୁ କୌଣସି ସୂଚନା ଦେଇନଥିଲେ । କୌଣସି ମତେ ଦୁଇ ଦଳ ହୋଇ ଆସିଥିବା ପୋଲିସଙ୍କ ମଧ୍ୟରୁ ଗୋଟିଏ ଟିମ ଯୁବକକୁ ଗାଁ ବାହାରକୁ ଡାକି ଧରିନେଲେ ଏବଂ ସାଙ୍ଗରେ ଭୋଗପୁର ନେଇଗଲେ । ଗାଁ ଲୋକଙ୍କୁ ଏହି ଖବର ମିଳିବା ପରେ ଗାଁରେ ରହିଥିବା ଅନ୍ୟ ଏକ ପୋଲିସ ଟିମକୁ ସେମାନେ ବନ୍ଧକ ରଖିଦେଲେ । ମାରପିଟ କରିବା ସହିତ ଅସ୍ତ୍ର ମଧ୍ୟ ଛଡ଼ାଇନେଲେ । ଛନ୍ନି ବିଲ୍ଲି ଗାଁକୁ ଯୁବକକୁ ଫେରାଇ ଆଣିବାକୁ ସେମାନେ କହିଲେ । ଯେଉଁଥିରେ ସର୍ତ୍ତ ରହିଲା ଆମ ଗାଁ ଯୁବକକୁ ଛାଡ଼ି ପୋଲିସଙ୍କୁ ନେଇଯାଅ । କିଛି ସମୟ ପର୍ଯ୍ୟନ୍ତ ଉଭୟ ନିଜ କଥାରେ ଅଡ଼ି ରହିଲେ । ଏହାପରେ ଡମତାଳ ପୋଲିସ ସେଠାରେ ପହଂଚିବା ପରେ ପରିସ୍ଥିତି ଗମ୍ଭୀର ଥିବା ଦେଖିଲେ, ଯାହାପରେ ବାଧ୍ୟ ହୋଇ ପୋଲିସ ଯୁବକକୁ ଛାଡ଼ିଲା । ଏହାପରେ ବନ୍ଧକ ରହିଥିବା ପଂଜାବ ପୋଲିସକୁ କୌଣସି ଭାବରେ ହିମାଚଳ ପୋଲିସ ମୁକୁଳାଇଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More