Only for Entertainment

ପୁଣିଥରେ ନାୟକ ଭୂମିକାରେ ନଜର ଆସିବେ ପୁପିନ୍ଦର ।

Incredible Orissa
39

ପୁପିନ୍ଦରଙ୍କୁ ଦର୍ଶକ ଭିନ୍ନ ଭୂମିକାରେ ଦେଖିଛନ୍ତି ଆଉ ପସନ୍ଦ ବି କରିଛନ୍ତି । ସେ ଅଭିନୟ ସାଙ୍ଗକୁ ଆଙ୍କରିଂ ବି କରନ୍ତି । ଖୁବ୍‍ ଶୀଘ୍ର ପୁଣି ନାୟକ ଭୂମିକାରେ ଦେଖା ଦେବେ ପୁପିନ୍ଦର । ହଁ ସେ ‘ଆଖି ବୁଜି ଦେଲେ ତୁ’ ଏଥିରେ ଦୀପିକା ଏବଂ ଜ୍ୟୋତିର୍ମୟୀଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ପାଇବେ ଦର୍ଶକ । ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ ପୁପିନ୍ଦର ।  ଏହା ଏକ ପ୍ରେମ ତ୍ରିକୋଣ ଉପରେ ଆଧାରିତ ।  ଠିକ୍‍ ସେହିପରି ସେ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ‘ଯୋଉଠି ଥିଲେ ବି ତୁ ମୋର’ ରେ ବି ଅଭିନୟ କରିଛନ୍ତି । ହେଲେ ଏଥିରେ ସେ ନାୟକ ଭୂମିକାରେ ନାହାନ୍ତି । ଏହି ସିନେମାରେ ସମ୍ବିତ ଓ ଆର୍ଯ୍ୟନ ଦାଶ କୁମାର ମେଲ୍‍ ଲିଡରେ ଅଛନ୍ତି ।

ଏହା ଆଗରୁ ପୁପିନ୍ଦର ‘କିଛି ଖଟା କିଛି ମିଠା’, ଜଗୁ ଅଟୋବାଲା’, ଶୁଭ ବିବାହ, ତୋ’ ବିନା ଭଲ ଲାଗେନା, ରଘୁପତି ରାଘବ ରାଜାରାମ’ ଏବଂ ‘ସମୟ ବଡ ବଳବାନ’ ଭଳି ବେଶ୍‍ କେତୋଟି ଓଡ଼ିଆ ଛବିରେ ନାୟକ ଭୂମିକାରେ ଅଭିନୟ କରିଥିଲେ । ତା’ଛଡା ତାଙ୍କୁ ‘ଲଭ ଡଟ୍‍ କମ୍‍’ ଓ ‘ଥୁକୁଲ୍‍’ ଭଳି ସିନେମାରେ ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ । ପୁପିନ୍ଦର ଜଣେ ପ୍ରଯୋଜକ ମଧ୍ୟ । କିନ୍ତୁ ତାଙ୍କ ପ୍ରଯୋଜିତ କୌଣସି ବି ସିନେମା ଗତ ବର୍ଷ ରିଲିଜ୍‍ ହୋଇନଥିଲା । ତେବେ ତାଙ୍କୁ ନିୟମିତ ଭାବେ ଛୋଟ ପରଦାରେ ଦେଖିବାକୁ ମିଳିଥିଲା । ‘ଜିନାର ଜୀବନ ସାଥୀ’ ଭଳି ସୋ’ର ଉପସ୍ଥାପକ ଭାବେ ଛୋଟ ନଜର ଆସିଥିଲେ ପୁପିନ୍ଦର । ତାଙ୍କୁ ଅତି କମରେ ତିନିଟି ଓଡ଼ିଆ ସିନେମାରେ ଦେଖିବେ ଦର୍ଶକ ବୋଲି ଆଶା ରହିଛି । ଏହି ତିନିଟି ଭିତରୁ ଗୋଟିଏ ‘ଆଖି ବୁଜି ଦେଲେ ତୁ’, ପ୍ରେମ ପାଇଁ ମହାଭାରତ ଏବଂ ଅନ୍ୟଟି ହେଲା ଯୋଉଠି ଥିଲେ ବି ତୁ ମୋର’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More