Only for Entertainment

ଟି ସାର୍ଟରେ ଅଜଗର, ଉଡିଲା ଏୟାରପୋର୍ଟ କର୍ମଚାରୀଙ୍କ ହୋସ୍!

aajtak
55

ଦକ୍ଷିଣ ଆଫ୍ରିକାରେ ଜୋହାନସବର୍ଗ ଏୟାରପୋର୍ଟରେ ଏକ ଏପରି ଘଟଣା ନଜରକୁ ଆସିଛି ଯେଉଁଥିରେ ୧୦ ବର୍ଷର ଏକ ଛୁଆ ଏକ ଟି ସାର୍ଟ ପିନ୍ଧିକି ପହଞ୍ଚି ଥିଲା । ଛୁଆଟି ପରିବାର ସହ ୧୭ ଡିସେମ୍ବର ନ୍ୟୁଜଲ୍ୟାଣ୍ଡରୁ ଆଫ୍ରିକା ଯାତ୍ରାରେ ଯାଇଥିଲା । ଏୟାରପୋର୍ଟ ଠାରେ ଚେକ ହେଉଥିବା ସମୟରେ ଅଧିକାରୀମାନେ ଛୁଆଟି ଟି ସାର୍ଟରେ ଅଜଗର ଚିତ୍ର ହୋଇଥିବା ଦେଖିଥିଲେ ।

 

ସୂଚନା ମୁତାବକ, ଟି ସାର୍ଟରେ ଥିବା ଅଜଗର ଚିତ୍ର ଲୋକଙ୍କୁ ଭୟାଭିତ କରିପରେ । ଉଡାଜାହାଜରେ ଚଢିବା ପୂର୍ବରୁ ପୋଷାକ ବଦଳାଇବା ପାଇଁ ଏୟାରପୋର୍ଟ ଅଧିକାରୀ ଷ୍ଟିବି ଲୁକସ କହିଥିଲେ । ବିମାନରେ ଥିବା ଅନ୍ୟ ଯାତ୍ରୀ ଓ କ୍ରିୟୁ ମେମ୍ବରଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତି ନିଆଯାଇଥିବା କୁହାଯାଇଛି । ପରବର୍ତ୍ତୀ ସମୟରେ ଛୁଆଟିର ପରିବାର ଲୋକେ ଏହି ସାର୍ଟକୁ ବଦଳାଇ ଦେଇଥିଲେ ।

ଟି ସାର୍ଟରେ ଅଜଗରର ଚିତ୍ର ଏପରି ଥିଲା ଯେପରି କାନ୍ଧରୁ ଅଜଗରଟି ଓହ୍ଲାଉଛି । ଏହା ଚିତ୍ର ପରି ନୁହେଁ ବରଂ ପ୍ରକୃତରେ ହୋଇଥିବା ପରି ଲାଗୁଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More