Only for Entertainment

ମାର୍ଚ୍ଚରେ ଜନ୍ମିତ ବ୍ୟକ୍ତିଙ୍କ ଠାରେ ରହିଥାଏ ଏହି ସବୁ ଗୁଣ !

wichitasac
35

ମାର୍ଚ୍ଚରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅନେକ ଗୁଡିଏ ଖାସ ଗୁଣ ରହିଥାଏ । ଯାହା ସେମାନଙ୍କୁ ଅନ୍ୟଠାରୁ ଅଲଗା କରିଥାଏ । ଏହି ମାସରେ ଜନ୍ମ ହୋଇଥିବା ଲୋକ ଖୁବ ଇଣ୍ଟେଲିଜେଣ୍ଟ ଏବଂ ଟ୍ୟାଲେଣ୍ଟେଡ ବୋଲି କୁହାଯାଇଥାଏ । ପରିସ୍ଥିତି ଅନୁସାରେ ଏହି ସାସରେ ଜନ୍ମିତ ଲୋକ ନିଜକୁ ଖାପ ଖୁଆଇବାରେ ସକ୍ଷମ ଥାନ୍ତି । ସବୁ ପରିସ୍ଥିତିକୁ ସେମାନେ ସାହାସର ସହିତ ସାମ୍ନା କରିଥାନ୍ତି । ନିଜ ପରିଶ୍ରମରେ ଏହି ବ୍ୟକ୍ତିମାନେ ସଫଳତା ହାସିଲ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ମାସରେ ଜନ୍ମିତ ବ୍ୟକ୍ତିଙ୍କ ମଧ୍ୟରେ ଆଉ କେଉଁ କେଉଁ ଗୁଣ ରହିଥାଏ ।

  • ଭଲ ପାର୍ଟନର ହୋଇଥାନ୍ତି –
    ମାର୍ଚ୍ଚ ମାସରେ ଜନ୍ମିତ ଲୋକ ଖୁବ ଭରସାଯୋଗ୍ୟ ଏବଂ ସଚୋଟ ହୋଇଥାନ୍ତି । ଏମାନେ ନିଜ ପାର୍ଟନରଙ୍କୁ କେବେ ଧୋକା ଦେଇନଥାନ୍ତି । ପ୍ରତ୍ୟେକ କଠିନ ସମୟରେ ସେମାନେ ପାର୍ଟନରଙ୍କ ସହିତ ପାଦ ମିଶାଇ ଚାଲିଥାନ୍ତି । ଏହି ବ୍ୟକ୍ତିମାନେ ନିଜ ପାର୍ଟନରଙ୍କୁ ଏକା ଛାଡି ଯାଆନ୍ତି ନାହିଁ । ଏମାନଙ୍କ ଜୀବନର କିଛି ସିଦ୍ଧାନ୍ତ ଥାଏ ଯାହାକୁ ସେ କେବେ ଭୁଲନ୍ତି ନାହିଁ ।
  • ନିଡର ହୋଇଥାନ୍ତି-
    ମାର୍ଚ୍ଚ ମାସରେ ଜନ୍ମ ଲୋକେ ଖୁବ ନିଡର ସ୍ୱଭାବର ହୋଇଥାନ୍ତି । କାହାକୁ ଡରି ଏମାନେ ପଛକୁ ହଟନ୍ତି ନାହିଁ । ଏହି କାରଣରୁ କମ ସମୟରେ ସେ ସମସ୍ତଙ୍କର ପ୍ରିୟ ହୋଇପାରନ୍ତି ।
  • ଟ୍ୟାଲେଣ୍ଟେଡ ହୋଇଥାନ୍ତି –
    ଏହି ବ୍ୟକ୍ତି ଅନ୍ୟମାନଙ୍କ ଠାରୁ ଅଧିକ ଟ୍ୟାଲେଣ୍ଟେଡ ହୋଇଥାନ୍ତି । ଏମାନଙ୍କର କଳାରେ ରୁଚି ଥାଏ । ମ୍ୟୁଜିକ, ଆକ୍ଟିଂରେ ଏମାନଙ୍କର ଅଧିକ ରୁଚି ଥାଏ ।
  • ପଜିଟିଭ ହୋଇଥାନ୍ତି-
    ମାର୍ଚ୍ଚ ମାସରେ ଜନ୍ମ ଅଧିକାଂଶ ଲୋକ କଠିନ ପରିସ୍ଥିତିରେ ମଧ୍ୟ ଖୁସି ରହିଥାନ୍ତି । ଏମାନେ ଖୁବ ପଜିଟିଭ ରହିଥାନ୍ତି । ଏହାକୁ ଦେଖି ଆଖ ପାଖ ଲୋକ ମଧ୍ୟ ଖୁସି ରହିଥାନ୍ତି । ଏମାନେ ଭେଦ ଭାବ କରନ୍ତି ନାହିଁ । ଏହା ସହ ଏମାନେ କେବେ ହାର ମାନନ୍ତି ନାହିଁ । ସଫଳତା ମିଳିବା ପର୍ଯ୍ୟନ୍ତ ଚେଷ୍ଟା କରିଥାନ୍ତି ।
  • ଭାବି ଚିନ୍ତି ନିର୍ଣ୍ଣୟ ନେଇଥାନ୍ତି-
    ମାର୍ଚ୍ଚମାସରେ ଜନ୍ମ ବ୍ୟକ୍ତି ଆବଶ୍ୟକତା ଠାରୁ ଅଧିକ ଭାବିଥାନ୍ତି । ଏହି କାରଣରୁ ସେମାନେ କୌଣସି ନିର୍ଣ୍ଣୟ ହଠାତ ନିଅନ୍ତି ନାହିଁ । ସେମାନେ ଭାବି ଚିନ୍ତି ନିର୍ଣ୍ଣୟ ନେଇଥାନ୍ତି ।
  • ଶାନ୍ତି ରହିବା ପସନ୍ଦ କରିଥାନ୍ତି-
    ମାର୍ଚ୍ଚ ମାସରେ ଜନ୍ମ ବ୍ୟକ୍ତି ଦୁନିଆର ଭିଡରେ ରହିବା ପସନ୍ଦ କରନ୍ତି ନାହିଁ । ଏମାନେ ଶାନ୍ତି ଏବଂ ଖୁସିରେ ରହିବାକୁ ଚାହାଁନ୍ତି । ଏହି ବ୍ୟକ୍ତିମାନେ ନିଜର ବନାଇଥିବା ଦୁନିଆରେ ରବିବାକୁ ଅଧିକ ପସନ୍ଦ କରିଥାନ୍ତି । କିନ୍ତୁ ମାର୍ଚ୍ଚରେ ଜନ୍ମିତ ସବୁ ବ୍ୟକ୍ତି ଏପରି ହୋଇନଥାନ୍ତି ।
  • ପରିସ୍ଥିତି ଅନୁସାରେ ନିଜକୁ ଖାପ ଖୁଆଇ ଦିଅନ୍ତି-
    ଏହି ମାସରେ ଜନ୍ମ ବ୍ୟକ୍ତିଙ୍କ ସବୁଠାରୁ ଖାସ କଥା ଦେଉଛି ସେମାନେ ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ଚଳିପାରନ୍ତି । ଏହି ଗୁଣ ତାଙ୍କୁ ଅନ୍ୟ ଠାରୁ ଭିନ୍ନ କରିଥାଏ । ଏମାନେ କୌଣସି ଜିନିଷକୁ ନେଇ ଡିମାଣ୍ଡ କରନ୍ତି ନାହିଁ । ଯାହା ମିଳେ ସେଥିରେ ଖୁସିରେ ରହିଥାନ୍ତି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More