Only for Entertainment

‘ଆଭେଂଜର୍ସ୪’ ଏବଂ ମାର୍ବଲ ଷ୍ଟୁଡିଓ ସହ ଏବେ ଏହି ବିଷୟର ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା, ଅଭିନେତା କଲେ ଖୁଲାସା !

19

ହଲିଉଡର ମାର୍ବଲ ଷ୍ଟୁଡିଓ ଫିଲ୍ମ ସାରା ଦୁନିଆରେ ପରିଚିତ । ଏହି ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ ହେଉଥିବା ଅନେକ ଫିଲ୍ମ ସୁପରହିଟ ହୋଇ ସାରିଲାଣି । କିନ୍ତୁ ମାର୍ବଲ ଷ୍ଟୁଡିଓର ସବୁଠାରୁ ଚର୍ଚ୍ଚିତ ସିରିଜ ହେଉଛି ‘ଆଭେଂଜର୍ସ’ । ଏହି ଫିଲ୍ମକୁ ଭାରତ ସହ ପୁରା ଦୁନିଆ ପସନ୍ଦ କରିଥିଲେ । ଏହାମଧ୍ୟରେ ‘ଆଭେଂଜର୍ସ’ ଏବଂ ‘ମାର୍ବଲ ଷ୍ଟୁଡିଓ’ର ସମସ୍ତ ଫିଲ୍ମକୁ ନେଇ ହୋଇଛି ବଡ ଖୁଲାସା ।

ଖବର ମୁତାବକ ହଲିଉଡ ଦିଗଜ କଳାକାର ମାଇକେଲ ଡଗଲସ ‘ଆବେଂଜର୍ସ’ ସହ ମାର୍ବଲ ଷ୍ଟୁଡିଓର ସମସ୍ତ ଫିଲ୍ମରେ କ୍ୱାଂଟମ ରିୟଲ୍ମଙ୍କ ମହତ୍ୱପୂର୍ଣ୍ଣ ଭୂମିକା ବିଷୟରେ କୁହାଯାଇଛି । ମାର୍ବଲ କମିକ୍ସ ୟୁନିଭର୍ସରେ ଡକ୍ଟର ଡ ହେଙ୍କ ପିମଙ୍କ ଭୂମିକା ତୁଲାଉଥିବା ମାଇକେଲ ଡଗଲସ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି ଯେ ‘ଆଭେଂଜର୍ସ୪’ ଏବଂ ମାର୍ବଲ ଷ୍ଟୁଡିଓରେ ସମସ୍ତ ଫିଲ୍ମରେ କ୍ୱାଂଟମ ରିୟଲ୍ମ ମୁଖ୍ୟ ଭୂମିକା

ନଜର ଆସିବେ ।
ଏଠାରେ ଆମେ କହି ରଖୁଛୁ ଯେ କ୍ୱାଂଟମ ରିୟଲ୍ମ ଭଳି ମାର୍ବଲ ଷ୍ଟୁଡିଓର ଫିଲ୍ମ ଆଂଟ ମ୍ୟାନରେ ନଜର ଆସିଥିଲେ । ଖବର ମୁତାବକ ଆଭେଂଜର୍ସର ନିର୍ମାତା ଏବେ ଆଂଟ ମ୍ୟାନ ଭୂମିକାକୁ ଆଭେଂଜର୍ସ୪’ରେ ନେବା ଲାଗି ପ୍ରଚେଷ୍ଟା ଚଳାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More