Only for Entertainment

ଅଚାନକ କାହିଁକି ଏଭଳି ବୁଢା ଦିଶୁଛନ୍ତି ଅଭିନେତା ମାଧବନ !

Hindustan Times
55

ବଲିଉଡ ହ୍ୟାଣ୍ଡସମ ଅଭିନେତାଙ୍କ ମଧ୍ୟରେ ସାମିଲ ଅଟନ୍ତି ଆର, ମାଧବନ, ଯେଉଁ ଇଭେଂଟରେ ବି ନଜର ଆସନ୍ତୁ ତାଙ୍କ ଅନ୍ଦାଜ ନିଆରା ହିଁ ଦେଖିବାକୁ ମିଳେ । ଚେହେରାରେ ଦାଢି, ବଢିଥିବା ଓଜନ ଯାହା ଇଶାରା କରୁଥିଲା ତାଙ୍କ ନୂଆ ଫିଲ୍ମକୁ । ସେ କୌଣସି ଏକ ଫିଲ୍ମର ପ୍ରସ୍ତୁତିରେ ଜୋରସୋର ଲାଗିପଡିଛନ୍ତି , ଯାହା ନିଜେ ସୋସିଆଲ ମିଡିଆରେ ନିଜେ ଫଟୋ ପୋଷ୍ଟ କରି ଜଣାଇଛନ୍ତି । ଏବେ ବଲିଉଡରେ ବାୟୋପିକର ଟ୍ରେଣ୍ଡ ଚାଲିଛି ଏବେ ଏହି ଲିଷ୍ଟରେ ସାମିଲ ହେବାକୁ ଯାଉଛନ୍ତି ମାଧବନ ।

 

View this post on Instagram

 

After 14 hrs on the chair.. Who is who is WHO???????? #rocketryfilm @tricolourfilm @media.raindrop @vijaymoolan

A post shared by R. Madhavan (@actormaddy) on


ମାଧବନ ଜାସୁସ କାଣ୍ଡରେ ଦୋଷମୁକ୍ତ ପାଇଥିବା ଭାରତୀୟ ମହାକାଶ ସଂଗଠନ ପୂର୍ବ ବୈଜ୍ଞାନିକ ନମ୍ବି ନାରାୟଣଙ୍କ ବାୟୋପିକ ଫିଲ୍ମ ‘ରାକେଟରୀ: ଦ ନମ୍ବି ଇଫେକ୍ଟ’ରେ ତାଙ୍କ ଭୂମିକା ତୁଲାଉଥିବାର ନଜର ଆସିବେ । ମାଧବନ ଏହି ଫିଲ୍ମ ଜରିଆରେ ଡିରେକ୍ସନ ପାଇଁ ଡେବ୍ୟୁ କରିବାକୁ ଯାଉଛନ୍ତି ।

 

View this post on Instagram

 

Need all you BLESSINGS ..???????❤️❤️❤️❤️???

A post shared by R. Madhavan (@actormaddy) on

ଏଠାରେ ଆମେ କହି ରଖୁଛୁ ଯେ ନମ୍ବି ନାରାୟଣଙ୍କ ଭୂମିକା ତୁଲାଉଥିବା ମାଧବନ ସମ୍ପୂର୍ଣ୍ଣ ଭାବେ ତାଙ୍କ ଚରିତ୍ରରେ ନିଜକୁ ନିୟୋଜିତ କରିଦେଇଛନ୍ତି । ସେ ହାରାହାରି ୨ବର୍ଷ ହେବ ନିଜକୁ ଏହି ଫିଲ୍ମ ପାଇଁ ପ୍ରସ୍ତୁତ କରୁଛନ୍ତି । ନିକଟରେ ମାଧବନ ସୋସିଆଲ ମିଡିଆରେ ନିଜ କିଛି ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ବିଲକୁଲ ବାରି ହୋଇ ପାରୁନାହାନ୍ତି ।


ଏହାପୂର୍ବରୁ ସେ ଏକ ଭିଡିଓ ପୋଷ୍ଟ କରିଥିଲେ , ଯେଉଁଥିରେ ସେ ଫିଲ୍ମ ପାଇଁ ଅଧା ମେକଅପରେ ନଜର ଆସିଥିଲେ । ଏହି ପୋଷ୍ଟରେ ସେ ଲେଖିଥିଲେ ତାଙ୍କୁ ଏହି ଚରିତ୍ରକୁ ଆପଣେଇବା ପାଇଁ ଦୁଇ ବର୍ଷ ଲାଗିଥିଲା ଏବଂ ଏହି ଲୁକରେ ମେକଅପ ପାଇଁ ତାଙ୍କୁ ୧୪ଘଂଟା ବସିବାକୁ ପଡିଥିଲା ।

ଏହାପୂର୍ବରୁ ସେ ଫିଲ୍ମ ସୁଟିଂ ଆରମ୍ଭ କରି ଏକ ପୋଷ୍ଟ ଶେୟାର କରିଥିଲେ ଏବଂ ସେଥିରେ ଲେଖିଥିଲେ ଯେ ସମସ୍ତଙ୍କ ଆଶୀର୍ବାଦ ଜରୁରୀ । ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ଇଣ୍ଡିଆ , ପ୍ରିଂସଟନ , ସ୍କଟଲାଣ୍ଡ, ଫ୍ରାନ୍ସ ଏବଂ ରୁଷ ଭଳି ଭିନ୍ନ ସ୍ଥାନରେ ସୁଟ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More