Only for Entertainment

ପିଏମ ମୋଦିଙ୍କ ମଜାକ ଉଡ଼ାଇବାରୁ ରାଗିଲେ ଆର ମାଧବନ, କହିଲେ କଂଗ୍ରେସ…………… ।

bollywood tadka
26

ଲୋକସଭା ନିର୍ବାଚନର ତାରିଖ ଘୋଷଣା ହୋଇ ସାରିଛି । ଏହା ସହିତ ସମସ୍ତ ପାର୍ଟି ଲଗାତାର ରାଲି କରୁଛନ୍ତି । ଏହି କ୍ୟାମ୍ପେନ ସୋସିଆଲ ମିଡିଆରେ ମଧ୍ୟ ଚାଲୁଛି । ଜଣେ ଅନ୍ୟ ଜଣକୁ ଟ୍ରୋଲ କରୁଥିବାର ନଜର ଆସୁଛି । ନିକଟରେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ନେଇ ଏକ ଭିଡ଼ିଓ ଟ୍ୱିଟ କରିଛି । ଏହି ଭିଡ଼ିଓକୁ ଦେଖି ବଲିଉଡ ଆକ୍ଟର ଆର ମାଧବନ ରାଗି ଯାଇଛନ୍ତି । ବାସ୍ତବରେ କଂଗ୍ରେସ ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନର ରାଷ୍ଟ୍ରପତିଙ୍କ ଏକ ଭିଡ଼ିଓ ଶେୟାର କରିଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କୁ ନେଇ ମଜାକ କରାଯାଇଛି ।

ତେବେ ସେହି ଭିଡ଼ିଓକୁ ରିଟ୍ୱଟ କରି ଆର ମାଧବନ ଲେଖିଛନ୍ତି ଏହା ବାସ୍ତବରେ ଖରାପ । କୌଣସି ରାଜନୈତିକ ବିରୋଧୀ ହୁଅନ୍ତୁ କିନ୍ତୁ ମୋଦି ଜୀ ଆମ ଦେଶର ପ୍ରଧାନମନ୍ତ୍ରୀ ଏବଂ ଆପଣ ଚୀନ ସାମ୍ନାରେ ଆମ ଆମ ଦେଶକୁ ଅସମ୍ମାନ କରୁଛ । ଏହି ଲୋକଙ୍କ ଠାରୁ ଏଭଳି ଆଶା ନଥିଲା ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ମାଧବନ ଏବେ ଫିଲ୍ମ ରକେଟ୍ରି ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଇସ୍ରୋ ବୈଜ୍ଞାନିକ ନାମ୍ବି ନାରାୟଣଙ୍କ ଜୀବନୀ ଉପରେ ଆଧାରିତ । ଏବେ ଫିଲ୍ମ ରୁସ ଏବଂ ୟୁରୋପରେ ଚାଲୁଅଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More