Only for Entertainment

‘ରାବଣ ପୋଡି’ : ଓଡିଶାର ପ୍ରଥମ ୱେବ ସିରିଜ ।

Mycitylinks
0 95

ରାବଣ ଅହଙ୍କାରର ପ୍ରତିକ । ଏହି ଅହଙ୍କାରକୁ ପତନ କରିବା ପାଇଁ ପ୍ରତିବର୍ଷ ରାବଣ ପୋଡି ପାଳନ କରାଯାଇଥାଏ । ଏହି ରାବଣ ପୋଡିକୁ ଆଧାର କରି ପ୍ରଥମ ଓଡିଆ ୱେବ ସିରିଜ ପ୍ରସ୍ତୁତ କରାଯାଇଛି । ଯାହା ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେବ ବୋଲି ଆଶା କରାଯାଉଛି । ନିର୍ଦ୍ଦେଶକ ଏହି ୱେବ ସିରିଜ ଜରିଆରେ ମଣିଷ ଭିତରେ ଥିବା ଅହଙ୍କାରକୁ ରାବଣ ଚରିତ୍ର ସହିତ ତୁଳନା କରିଛନ୍ତି ।

ରାବଣ ଏକ ପୌରାଣିକ ଚରିତ୍ର । ପୌରାଣିକ ତଥ୍ୟ ଅନୁଯାଇ ଦୁନିଆର ସର୍ବଶ୍ରେଷ୍ଠ ଜ୍ଞାନୀ, ମହାନ ଯୋଦ୍ଧା, ଶ୍ରେଷ୍ଠ ଭକ୍ତ ଏବଂ ବିଶିଷ୍ଟ ବିଦ୍ୱାନ, ଯାହା ବିନା ରାମାୟଣର ପରିକଳ୍ପନା ଅସମ୍ଭବ । କିନ୍ତୁ ଏହି ୱେବ ସିରିଜରେ ରାବଣ ଚରିତ୍ର ଠାରୁ ଦୁଇପାଦ ଆଗରେ । ଏ ହେଉଛି କଳି ଯୁଗର ରାବଣ ଯିଏକି ସମସ୍ତଙ୍କ ମଧ୍ୟରେ ବିଦ୍ୟମାନ, ଆପଣଙ୍କ ଭିତରେ, ଆମ ଭିତରେ, ଆମ ସମସ୍ତଙ୍କ ଭିତରେ । ତଥାପି ଏ ମଣିଷ କରି ଚାଲିଛି ସଂଘର୍ଷ । କିଏ ଏ ଜୀବନ ଯୁଦ୍ଧରେ ହାରି ଯାଉଛି ତ ଆଉ କିଏ ନିଜ ଭିତରେ ଥିବା ରାବଣର ବିନାଶ କରି ନିଜ ପାଇଁ ଏ ସମାଜରେ ତିଆରି କରୁଛି ଏକ ଭିନ୍ନ ପରିଚୟ । କଳି ଯୁଗର ଏହି ରାବଣକୁ ନେଇ ଦଶହରାରେ ପ୍ରସ୍ତୁତ କରାଯାଇଛି ଏହି ଓଡିଆ ୱେବ ସିରିଜ ‘ରାବଣ ପୋଡି’ । ଯାହାର ପ୍ରଥମ ଏପିସୋଡ ନିକଟରେ ରିଲିଜ କରାଯାଇଛି । ଏହି ୱେବ ସିରିଜକୁ ଆପଣ ଓଡିଆ ୱାନ ୟୁଟ୍ୟୁବ ଚ୍ୟାନେଲରେ ଦେଖିପାରିବେ । ଏହି ୱେବ ସିରିଜ ୪ଟି ଏପିସୋଡ ଦେଖିବାକୁ ମିଳିବ ଯାହାର ଶେଷ ଏପିସୋଡ ରାବଣ ପୋଡି ଦିନ ରିଲିଜ ହେବ ।

ଅସଲରେ, ଜଣେ ଅବରସରପ୍ରାପ୍ତ ସେନାଧିକାରୀ (ବ୍ରିଗେଡିଅର) ଜୟପ୍ରକାଶ ମିଶ୍ର ଯିଏ କି ନିଜର ଅହଙ୍କାର ଗୁଣ ପାଇଁ ପୁଅର ମୃତ୍ୟୁ ପରେ ବୋହୂ ଏବଂ ନାତିକୁ ଘରୁ କାଢି ଦେଇଛନ୍ତି । ସମୟ ଗଡିବା ସହ ତାଙ୍କର ମନ ପରିବର୍ତ୍ତନ ହୋଇଛି । ଯାହା ଫଳରେ ସେ ନିଜର ସମ୍ପତ୍ତିକୁ ନାତି ନାମରେ କରିବା ପାଇଁ ଘରକୁ ଡକାଇଛନ୍ତି । ଏହା ପରେ ନାତି କିପରି ତାଙ୍କ ଅହଙ୍କାରକୁ ଭଙ୍ଗ କରୁଛି ତାହା ଆପଣ ଏହି ୱେବ ସିରିଜ ଦେଖିଲେ ଜାଣିପାରିବେ ।

କହିରଖୁଛୁ ଯେ, ଏହି ୱେବ ସିରିଜରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଚୌଧୁରୀ ଜୟ ପ୍ରକାଶ ଦାସ । ତାଙ୍କ ବ୍ୟତୀତ ସାନୁ, ଅଙ୍କିତା ମିଶ୍ର ଏବଂ ଦ୍ୱିପାନ୍ୟୁତ ଦାସମହାପାତ୍ର ମଧ୍ୟ ନଜର ଆସିଛନ୍ତି । ଏହାର ନିର୍ଦ୍ଦେଶନା ଭାର ବିରାଜ ରଥ ତୁଲାଇଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ସମରେଶ ରାଉତରାୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More