Only for Entertainment

ରିଲିଜ ହେଲା ‘ରେସ-୩’ର ନୂଆ ଗୀତ ‘ପାର୍ଟି ଚଲେ ଅନ’, ଦେଖିବାକୁ ମିଳିଲା ମିକା ଏବଂ ୟୁଲିଆଙ୍କ ମ୍ୟାଜିକାଲ ଭଏସର ଯାଦୁ

YouTube
0 36

ବଲିଉଡ ଅଭିନେତା ସଲମାନ ଖାନ, ବବି ଦେୱଲ, ସାକିବ, ଅନୀଲ କପୁର ଏବଂ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଏବଂ ଡେଜି ଶାହଙ୍କ ଫିଲ୍ମ ରେସ-୩କୁ ରିଲିଜ ହେବା ପାଇଁ ଆଉ ମାତ୍ର କିଛି ଦିନ ବାକି ରହିଛି । ଫିଲ୍ମର ରିଲିଜ ଡେଟ ନିକଟ ହେବ ସହିତ ଫ୍ୟାନ୍ସଙ୍କ ଉତ୍ସୁକତା ବଢିବାରେ ଲାଗିଛି । ଫିଲ୍ମର ଟ୍ରେଲର ପରେ ନିର୍ମାତା ଫିଲ୍ମର ଗୀତକୁ ରିଲିଜ କରିଛନ୍ତି । ନିକଟରେ ଫିଲ୍ମର ନୂଆ ଗୀତ ‘ପାର୍ଟି ଚଲେ ଅନ’ ରିଲିଜ କରାଯାଇଛି ।

ଫିଲ୍ମର ଏହି ଗୀତକୁ ମିକା ସିଂ ଏବଂ ୟୁଲିଆ ବନ୍ତୁର ଭଏସ ଦେଇଛନ୍ତି । ଭିକ୍କି ଏବଂ ହାର୍ଦ୍ଧିକ ଏହାର ଲିରିକ୍ସ ଲେଖିଛନ୍ତି । ଗୀତକୁ ଡିଜେ ଚିଟସ ପ୍ରଡ୍ୟୁସ କରିଥିବା ବେଳେ ଦର୍ଶକଙ୍କୁ ଏହା ଖୁବ ପସନ୍ଦ ଆସିବ ବୋଲି ମେକର୍ସ ଆଶା କରିଛନ୍ତି । ଫିଲ୍ମର ଏହି ଜବରଦସ୍ତ ଗୀତରେ ଷ୍ଟାରମାନଙ୍କ ଡ୍ୟାନ୍ସ ମଧ୍ୟ ଖୁବ ଧମାଲ କରିଛି । ରେମୋ ଡିସୁଜାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୧୫ ଜୁନ ଅର୍ଥାତ ଇଦରେ ରିଲିଜ ହେବାକୁ ଯାଉଛି ।
ଦେଖନ୍ତୁ ଭିଡିଓ…

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More