Only for Entertainment

ଭାରତୀୟ ଫିଲ୍ମ ଉପରେ କଟକଣା ଲଗାଇଲା ପାକିସ୍ତାନ,ରିଲିଜ ହେବ ନାହିଁ ସଲମାନଙ୍କ ରେସ ଥ୍ରି

bollywood tadka
0 72

ବଲିଉଡ ଅଭିନେତା ସଲମାନଙ୍କ ଆଗାମୀ ଫିଲ୍ମ ରେସ ଥ୍ରିକୁ ଦର୍ଶକ ଅଧର୍ଯ୍ୟର ସହିତ ଅପେକ୍ଷା କରିଛନ୍ତି । କିନ୍ତୁ ନିକଟରେ ଫିଲ୍ମକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କୁହାଯାଉଛିଯେ ଇଦକୁ ରିଲିଜ ହେବାକୁ ଥିବା ସଲମାନଙ୍କ ଫିଲ୍ମ ରେସ ଥ୍ରି ପାକିସ୍ତାନରେ ରିଲିଜ ହେବ ନାହିଁ ।

ଖବର ଅନୁସାରେ ପାକିସ୍ତାନର ସୂଚନା ଏବଂ ପ୍ରସାରଣ ବିଭାଗ ଏକ ଆଦେଶ ଜାରି କରି ସେଠାରେ ଇଦ ପାଇଁ ଭାରତୀୟ ଫିଲ୍ମ ପ୍ରଦର୍ଶନ ଉପରେ ରୋକ ଲଗାଇଛନ୍ତି । ବିଭାଗର ଅଧ୍ୟକ୍ଷ ଦନ୍ୟାଲ ଗିଲାନୀ ପାକିସ୍ତାନ ଏକ୍ସିବିଟର୍ସ ଏସୋସିଏସନକୁ ଦେଇଥିବା ଆଦେଶରେ କହିଛନ୍ତିଯେ ସ୍ଥାନୀୟ ଫିଲ୍ମକୁ ପ୍ରମୋଟ କରିବା ପାଇଁ ଇଦୁଲ ଫିତର ଏବଂ ଇଦୁଲ ଜୁହା ଯୋଗୁଁ ଭାରତୀୟ ଫିଲ୍ମର ପ୍ରଦର୍ଶନ କରାଯିବ ନାହିଁ । ଏହି କଟକଣା ଇଦ୍ର ଦୁଇଦିନ ପୂର୍ବରୁ ଆରମ୍ଭ କରି ଦୁଇ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ।

ସଲମାନଙ୍କ ରେସ ଥ୍ରି ଇଦ ଉପଲକ୍ଷେ ୧୫ ଜୁନକୁ ରିଲିଜ ହେବ ବୋଲି ଧାର୍ଯ୍ୟ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More