ସଲମାନଙ୍କ ରେସ ଥ୍ରି ଇଦ ଉପଲକ୍ଷେ ଜୁନ ୧୫ରେ ରିଲିଜ ହେବାକୁ ଯାଉଛି । ପୂର୍ବରୁ ତାଙ୍କର ଦୁଇଟି ଗୀତ ରିିଲିଜ ହୋଇଥିଲା । ଏହା ମଧ୍ୟରୁ ସଲମାନ ନିଜେ ଲେଖିଥିବା ଗୀତ ସେଲଫିସ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ । ତେବେ ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଛି ।
ଭିଡ଼ିଓରେ ସଲମାନ ଡ୍ୟାନ୍ସ ଫ୍ଲୋରରେ ଧୁମ ମଚାଉଥିବା ନଜର ଆସିଛନ୍ତି । କୁହାଯାଉଛିଯେ ରେସ ଥ୍ରିର ଏହି ତୃତୀୟ ଗୀତ ‘ଉଲ୍ଲାହ ଦୁହାଇ’ ଗୀତର ଅପଡେଟ ଭର୍ସନ । ଏହି ବିଷୟରେ ସେ ତାଙ୍କ ଟ୍ୱିଟର ଆକାଉଂଟରେ କହିଛନ୍ତି ।