Only for Entertainment

ରାଧିକା ଆପ୍ତେ କଲେ କନଫର୍ମ, ରିଲେସନସିପରେ ଅଛନ୍ତି ବିକି କୌଶଲ !

30

ହରଲିନ ସେଠୀଙ୍କ ସହ ବ୍ରେକଅପ ହେବା ପରେ ବିକି କୌଶଲଙ୍କ ନାଁ ଅନେକଙ୍କ ସହ ଯୋଡା ଯାଇଛି । ମାତ୍ର ବିକି ଏସମ୍ପର୍କରେ କିଛି କନଫର୍ମ କରିନାହାନ୍ତି । ଏବେ ଏକ ଚାଟ ଶୋ’ରେ ଅଭିନେତ୍ରୀ ରାଧିକା ଆପ୍ତେ କହିଛନ୍ତି ଯେ ବିକି ରିଲେସନସିପରେ ଅଛନ୍ତି ।

ବିଗତ କିଛି ଦିନରୁ ଚର୍ଚ୍ଚା ରହିଛି ଯେ ବିକି ଏବଂ ମାଲବିକା ଡେଟ କରୁଛନ୍ତି । ପରେ ପରେ କିଛି ସୂତ୍ରରୁ ମିଳିଥିଲା ଯେ ବିକି ମାଲବିକାଙ୍କ ଭାଇ ଅଟନ୍ତି । ମାତ୍ର ଏବେ ଅଭିନେତ୍ରୀ ରାଧିକା ଆପ୍ତେଙ୍କ କଥା ମଧ୍ୟ ବିକି ଏବଂ ମାଲବିକାଙ୍କ ସମ୍ପର୍କ ଆଡକୁ ଇଶାରା କରୁଛି । ଏକ ଚାଟ ଶୋ’ରେ ପଚରାଯାଇଥିଲା ଯେ କେଉଁ କପଲଙ୍କୁ ନିଜ ରିଲେସନକୁ ନେଇ ଖୋଲା ଖୋଲି ଭାବେ ସାମ୍ନାକୁ ଆସିବା ଦରକାର ।

ଏହା ଶୁଣି ରାଧିକ କହିଥିଲେ ଯେ ତାଙ୍କୁ ସମସ୍ତ ଗସିପ ଶେଷରେ ଶୁଣିବାକୁ ମିଳିଥାଏ । ବିକି ଗୋଟେ ସୁନ୍ଦର ଝିଅ ସହ ଅଛନ୍ତି । ସୂତ୍ର ଅନୁସାରେ ବିକି, ସନି, ମାଲବିକା ଏବଂ ତାଙ୍କ ଭାଇ ଖୁବ ଭଲ ବନ୍ଧୁ ଅଟନ୍ତି । ସେ ମିଶି ଖୁବ ମସ୍ତି କରନ୍ତି । ମୁମ୍ବାଇରେ ବିକି ଯେତେ ବ୍ୟସ୍ତ ଥିଲେ ମଧ୍ୟ ମାଲବିକାଙ୍କୁ ଦେଖା କରିବାକୁ ତାଙ୍କ ଘରକୁ ଯାଆନ୍ତି । ମାଲବିକା ତାଙ୍କ ପରିବାର ସହ ରୁହନ୍ତି । ବିକି ଏବଂ ମାଲବିକାଙ୍କ ରିଲେସନସିପ ଖବର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏବେ ଦର୍ଶକ ଅପେକ୍ଷା କରିଛନ୍ତି କେବେ ଦୁହେଁ ନିଜ ସମ୍ପର୍କର ଖୁଲାସା କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More