Only for Entertainment

ବ୍ରିଟିଶ ଜାସୁସ ହେବେ ରାଧିକା !

manseworldindia
0 43

‘ସ୍ଲମଡଗ ମିଲିଅନର’ ଫେମ ଦେବ ପଟେଲଙ୍କ ମୁଖ୍ୟ ଭୁମିକା ତୁଲାଇଥିବା ଫିଲ୍ମ ‘ଦ ୱେଡିଂ ଗେଷ୍ଟ’ପରେ ରାଧିକା ଆପ୍ତେଙ୍କୁ ଆଉ ଏକ ହଲିଉଡ ଫିଲ୍ମରେ ଅଭିନୟ କରିବା ଲାଗି ସୁଯୋଗ ମିଳିଛି । ଖବର ମୁତାବକ ରାଧିକା ଆପ୍ତେ ବିଶ୍ୱ ଯୁଦ୍ଧ ୨ ଉପରେ ଆଧାରିତ ଏକ ମହିଳା ପ୍ରଧାନ ଫିଲ୍ମରେ କାମ କରିବାକୁ ଯାଉଛନ୍ତି ।

radhika apte

ଏହି ଫିଲ୍ମ ବିଂଷ୍ଟନ ଚର୍ଚ୍ଚିଲଙ୍କ ନିର୍ଦ୍ଦେଶିତ ‘ସିକ୍ରେଟ ଆର୍ମି’ ଜାସୁସଙ୍କ ଅସଲି କାହାଣୀ ଉପରେ ଆଧାରିତ । ଏହି ଫିଲ୍ମରେ ରାଧିକା ଭାରତର ନୁର ଇନାୟତ ଖାନର ଭୂମିକା ତୁଲାଇବେ । ସେ ଯିଏ ପ୍ରଥମ ୱେରଲେସ ଅପରେଟର ଏବଂ ବ୍ରିଟିସ ଜାସୁସ ଥିଲେ । ଜାସୁସୀ ଉପରେ ଆଓାରିତ ଏହି ଫିଲ୍ମ ରାଧିକା ଆପ୍ତେ ହଲିଉଡର ଅନେକ ନାମୀଦାମୀ କଳାକାରଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଲୀଡିଆ ଡୀନ ପିଲ୍ଚର । ଏହି ଫିଲ୍ମରେ ବ୍ୟାଟମ୍ୟାନ ବିଗୀନ୍ସ ଲାଇନଓ ଏବଂ ରାସିଫ ସଦରଲ୍ୟାଣ୍ଡଙ୍କ ଭଳି ହଲିଉଡ କଳକାର ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More