Only for Entertainment

ଫିଲ୍ମ ସେଟରେ ଅଭିନେତାଙ୍କୁ ରାଧିକା ମାରିଥିଲେ ଚାପୁଡା, ଜାଣନ୍ତୁ ଏହାର କାରଣ !

yahoo
0 59

ବଲିଉଡ ଅଭିନେତ୍ରୀ ରାଧିକା ଆପ୍ତେ ତାଙ୍କର ଭିନ୍ନ ଅନ୍ଦାଜରେ ଅଭିନୟ କରି ଫିଲ୍ମ ଜଗତରେ ଏକ ସୁପରିଚୟ ବନାଇବାରେ ସକ୍ଷମ ହୋଇ ପାରିଛନ୍ତି । ସେ ସାଉଥ ଅଭିନେତାଙ୍କୁ ନେଇ ନେହା ଧୁପିଆ ହୋଷ୍ଟ କରୁଥିବା ସୋ’ରେ ଏକ ବଡ ଖୁଲାସା କରିଛନ୍ତି । ରାଧିକା ତାମିଲ ଫିଲ୍ମ ଜରିଆରେ ହୋଇଥିବା ଏକ ଘଟଣା ସମ୍ବନ୍ଧରେ ନେହା ଧୁପିଆ ହୋଷ୍ଟ କରୁଥିବା ସୋ’ରେ ସେୟାର କରିଛନ୍ତି । ସେ ତାମିଲ ଫିଲ୍ମରେ ଜଣେ ଅଭିନେତାଙ୍କର ଖରାପ ବ୍ୟବହାର ଯୋଗୁଁ ତାଙ୍କୁ ଏକ ଚାପୁଡା ମାରିଥିବା କହିଥିଲେ ।

ରାଧିକା କହିଛନ୍ତି ଯେ ସେହି ଅଭିନେତା ତାଙ୍କୁ ପ୍ରଥମ ଦେଖାରେ ହିଁ ତାଙ୍କ ଗୋଡକୁ ଆଉଁଷିବାକୁ ଲାଗିଥିଲେ । ଏହି ବ୍ୟବହାର ଦେଖି ରାଧିକା ଆଶ୍ଚର୍ଯ୍ୟ ହେବା ସଙ୍ଗେ ସଙ୍ଗେ ରାଗି ଯାଇଥିଲେ ମଧ୍ୟ । ଏହି କାରଣରୁ ସେ ସେହି ଅଭିନେତାଙ୍କୁ ଏକ ଚାପୁଡା ମାରିଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ରାଧିକା ଆପ୍ତେ ଚଳିତ ବର୍ଷ ରିଲିଜ ହୋଇଥିବା ଫିଲ୍ମ‘ପ୍ୟାଡମ୍ୟାନ’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମରେ ସେ ଅକ୍ଷୟ କୁମାରଙ୍କ ପତ୍ନୀଙ୍କ ଭୂମିକାରେ ନଜର ଆସିଥିଲେ । ଏହାପୂର୍ବରୁ ରାଧିକା ଅନେକ ବଲିଉଡ ଫିଲ୍ମରେ ଅଭିନୟ କରିସାରିଛନ୍ତି । ରାଧିକା ଖୁବ ଶୀଘ୍ର ସେଫ ଅଲ୍ଲୀ ଖାନଙ୍କ ଫିଲ୍ମ ‘ବାଜାର’ରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ଛଡା ଅଭିନେତ୍ରୀ ଚିତ୍ରାଙ୍ଗଦା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More