Only for Entertainment

‘ବୋଉଲୋ’ ପରେ ରେଡିଓ ଚକଲେଟ ରିଲିଜ କଲା ଆଉ ଏକ ଏଂଟରଟେନିଂ ସଙ୍ଗ ‘ଭୂତ ହୋଇ ଗୋଡେଇବି…’

you tube
0 679

ପ୍ରତ୍ୟେକ ସପ୍ତାହରେ ଭିନ୍ନ ସ୍ୱାଦର ଗୀତ ଭେଟି ଦେଉଥିବା ରେଡିଓ ଚକଲେଟ୍ ୧୦୪ ଏଫ୍ ଏମ୍ ପକ୍ଷରୁ ଚଳିତ ସପ୍ତାହରେ ମଧ୍ୟ ଏକ ଜବରଦସ୍ତ ଗୀତ ରିଲିଜ୍ କରାଯାଇଛି । ଏହି ଗୀତର ଟାଇଟେଲ୍ ରହିଛି ଭୂତ । କଣ୍ଠଶିଳ୍ପୀ ତାରିକ୍ ଅଜିଜ୍ ଏବଂ ରୋଜାଲିନଙ୍କ ଆକର୍ଷଣୀୟ ଭଏସ୍ ଏହି ଗୀତକୁ  ଆହୁରି ଏଂଟରଟେନିଂ କରିଛି ।

ଗୀତିକାର ସାସମଲ୍ ମାନସ ଏହି ଗୀତର ଲିରିକ୍ସ ଦେଇଥିବା ବେଳେ ସଙ୍ଗୀତ ଭାର ତୁଲାଇଛନ୍ତି ସୌମିତ୍ରି ପିଲାଇ । ଗୀତ ରେକର୍ଡିଂ ବେଳେ ରୋଜାଲିନ ଓ ତାରିକ୍ ବେଶ ମସ୍ତି କରିବାରେ ନଜର ଆସିଛନ୍ତି । ଏହା ସହ ଏକ ରସିକିଆ ଭୂତକୁ ବି ଦେଖିବାକୁ ମିଳିଛି ମ୍ୟୁଜିକ୍ ଭିଡିଓରେ । ଯିଏ କି ସିଙ୍ଗରଙ୍କୁ ଡରାଉଥିବାରେ ନଜର ଆସିଛି ।

ପ୍ରତ୍ୟେକ ସପ୍ତାହରେ ଭିନ୍ନ ଭିନ୍ନ ସ୍ୱାଦର ନିଆରା ଗୀତ ଭେଟି ଦେଉଥିବା ରେଡିଓ ଚକଲେଟ୍, ଚଳିତ ସପ୍ତାହରେ କିଛି ଏହିପରି ଗୀତ ପ୍ରସ୍ତୁତ କରିଛି । ଉଭୟ ସିଙ୍ଗର୍ ରୋଜାଲିନ୍ ଏବଂ ତାରିକ୍ ଅଜିଜ୍ ନିଜ ଜବରଦସ୍ତ ଭେଟିଦେଇଛନ୍ତି ଏହି ଗୀତରେ । ଆଉ ଏହାର ମ୍ୟୁଜିକ୍ ମଧ୍ୟ ଖୁବ ଦମଦାର ରହିଛି । ୟୁଟୁବରେ ଏହି ଗୀତକୁ ରିଲିଜ୍ କରାଯାଇଥିବାବେଳେ, ଏହାକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More