Only for Entertainment

ରେଡିଓ ଚକଲେଟ୍ ଭେଟି ଦେଲା ଆଉ ଏକ ମନଛୁଆଁ ରୋମାଂଟିକ ଗୀତ ‘ରେଶମି ସୂତା’

you tube
0 520

ସ୍ରୋତାଙ୍କୁ ଏଂଟରଟେନ୍ କରିବା ପାଇଁ ରେଡିଓ ଚକଲେଟ୍ ୧୦୪ ଏଫଏମ୍ ଭେଟି ଦେଇଛି ମନଛୁଆଁ ରୋମାଂଟିକ ଗୀତ ‘ରେଶମି ସୂତା’ । କଣ୍ଠଶିଳ୍ପୀ ଅଷିମା ପଣ୍ଡା ଓ ଗୌରବଙ୍କ ମିଠା ମିଠା ଭଏସ୍ ଶୁଣିବାକୁ ମିଳିଛି ଏହି ଗୀତରେ । ଜବରଦସ୍ତ ଲିରିକ୍ସ ସାଙ୍ଗକୁ ଆକର୍ଷଣୀୟ ମ୍ୟୁଜିକ୍ ଏହି ଗୀତକୁ କରିଛି ସୃତିମଧୂର । କେମିତି ରହିଛି ଏହି ଗୀତଟି ଚାଲନ୍ତୁ ଦେଖିବା ।

ଗୀତଟିକୁ ୟୁଟୁବରେ ରିଲିଜ୍ କରାଯାଇଛି । ଆଉ ସୋସିଆଲ୍ ମିଡିଆରେ ମଧ୍ୟ ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଏହି ମନ ଛୁଆଁ ଗୀତରେ କଣ୍ଠଦାନ କରିଛନ୍ତି ଅଷିମା ପଣ୍ଡା ଓ ଗୌରବ । ଦୁହିଁଙ୍କୁ ଏହି ମ୍ୟୁଜିକ୍ ଭିଡିଓରେ ମଧ୍ୟ ଦେଖିବାକୁ ମିଳିଛି । ନିକଟରେ ଏହି ଗୀତର ଭିଡିଓ ମେକିଂ ରେଡିଓ ଚକଲେଟରେ କରାଯାଇଥିଲା ।

ଭିଡିଓରେ ଦୁଇ ଜଣ ସିଙ୍ଗରଙ୍କୁ ଦେଖିବାକୁ ମିଳିଛି । ଏହି ରୋମାଂଟିକ୍ ଗୀତର ଲିରିକ୍ସ ଦେଇଛନ୍ତି ସରୋଜ ବିଶ୍ୱାଳ । ସୌମିତ୍ରି ପଲାଇଙ୍କ ମନଛୁଆ ସଙ୍ଗୀତ ଏହି ଗୀତକୁ କରିଛି ଆହୁରି ସୃତିମଧୂର । ରେଡିଓ ଚକଲେଟ୍ ୧୦୪ ଏଫଏମ୍ ପ୍ରତ୍ୟେକ ସପ୍ତାହରେ ନୂଆ ନୂଆ ଭିନ୍ନ ସ୍ୱାଦର ଗୀତ ସବୁ ପ୍ରସ୍ତୁତ କରିଥାଏ । ଆଉ ଚଳିତ ସପ୍ତାହରେ ଏହି ଗୀତକୁ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ଗୀତ ଭଳି ସ୍ରୋତା ଏହି ଗୀତକୁ ବି ପସନ୍ଦ କରିବେ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More