Only for Entertainment

ରିଲିଜ ହେଲା ରେଡିଓ ଚକଲେଟର ନୂଆ ଗୀତ ‘ଲଭ୍ ନନ ଷ୍ଟପ’

radio chocolate
68

ଓଡ଼ିଶାର ନମ୍ବର ୱାନ୍ ଏଫ୍ ଏମ୍ ରେଡିଓ ଚକଲେଟ ପ୍ରସ୍ତୁତ କରିଛି, ମସ୍ତିଭରା ଡ୍ୟାନ୍ସ ଗୀତ –“ଲଭ୍ ନନ ଷ୍ଟପ”, ଯାହା ଶୁକ୍ରବାର ସନ୍ଧ୍ୟା ୬ଟାରେ ମୁକ୍ତିଲାଭ କରିଛି । ଗୀତଟିକୁ ଲେଖିଛନ୍ତି ସରୋଜ ବିଶ୍ୱାଳ, କଣ୍ଠ ଓ ସଙ୍ଗୀତ ଦେଇଛନ୍ତି ସୈାମିତ୍ରି ପଲାଇ । ଗୀତର ପୋଗ୍ରାମିଂ କରିଛନ୍ତି ଜଗନ୍ନାଥ ମହାନ୍ତି ।

ଗୀତଟିକୁ ଶ୍ରୋତାମାନେ ରେଡିଓ ଚକ୍ଲେଟରେ ଶୁଣିପାରିବେ । ରେଡିଓ ଚକଲେଟର ୟୁଟ୍ୟୁବ ପେଜରେ ଏହାର କଭର ଭର୍ସନ ଦେଖିପାରିବେ । କଭର ଭର୍ସନରେ ସୈାମିତ୍ରି ପଲାଇ ଅଭିନୟ କରିଛନ୍ତି । ଡିଓପି ନିରଂଜନ ନାୟକ କରିଥିଲା ବେଳେ ଭିଜୁଆଲ ଏଡିଟିଙ୍ଗ ରଂଜନ ଖଟୋଇ କରିଛନ୍ତି । ସୃଜନ ଫିଲ୍ମସ୍ରେ ପୋଷ୍ଟ ପ୍ରଡକସନ ହୋଇଛି । ଶ୍ରୋତାମାନେ ରେଡିଓ ଚକଲେଟର ଆପରେ ମଧ୍ୟ ଗୀତଟି ଶୁଣିପାରିବେ । ରେଡିଓ ଚକଲେଟର ଆପକୁ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପଲ ଷ୍ଟୋରରୁ ଡାଉନଲୋଡ କରି ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More