Only for Entertainment

ରେଡିଓ ଚକଲେଟ ତରଫରୁ ରିଲିଜ ହୋଇଛି ଆଉ ଏକ ଦମଦାର୍ ଗୀତ ‘ମିଛେଇ’ ।

youtube
0 72

ନିକଟରେ ଓଡିଶାର ନମ୍ବର ୱାନ ରେଡିଓ ଷ୍ଟେସନ ୧୦୪ ଏଫ ଏମ ନିଜ ୧୧ ତମ ଆନିଭର୍ସାରୀ ପାଳନ କରିଛି । ନିଜ ଭିନ୍ନ ଭିନ୍ନ ପ୍ରୋଗ୍ରାମ ଆଉ ମନଛୁଆଁ ଗୀତରେ ରେଡିଓ ଚକଲେଟ ସବୁବେଳେ ସ୍ରୋତାଙ୍କୁ ମନୋରଂଜନ ଭେଟି ଦେଇ ଆସିଛି । ଏବେ ପୁଣି ଏକ ମସ୍ତ ଡ୍ୟାନ୍ସ ନମ୍ବର ନିଜ ସ୍ରୋତାଙ୍କ ପାଇଁ ପ୍ରସ୍ତୁତ କରିଛି ରେଡିଓ ଚକଲେଟ । ଏହି ଦମଦାର୍ ଗୀତରେ କଣ୍ଠଦାନ କରିଛନ୍ତି ଶସାଙ୍କ ଓ ରୋଜାଲିନ । ‘ମିଛେଇ’ ଟାଇଟଲର ଏହି ଗୀତଟିକୁ ସ୍ରୋତା ବି ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

ଗୀତଟିକୁ ସୋସିଆଲ୍ ନେଟୱର୍କ ସାଇଟ୍ ୟୁଟୁବରେ ରିଲିଜ୍ କରାଯାଇଛି । ମିଛେଇ, ଦେଲୁ ନାଗିନ୍ ଡ୍ୟାନ୍ସ ନଚେଇ । ଏମିତି କିଛି ଫନି ଲିରିକ୍ସ ରହିଛି ଏହି ଗୀତର । ଗୀତିକାର ଡକ୍ଟର ନିର୍ମଳ ନାୟକ ଏହି ଗୀତରେ ଲିରିକ୍ସ ଦେଇଛନ୍ତି । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ସୌମିତ୍ରି ପିଲାଇ । ଆକର୍ଷଣୀୟ ଲିରିକ୍ସକୁ ଜବରଦସ୍ତ ମ୍ୟୁଜିକ୍ । ଗୀତଟିକୁ କରିଛି ଆହୁରି ମନଛୁଆଁ । କଣ୍ଠଶିଳ୍ପୀ ଶସାଙ୍କ ଓ ରୋଜାଲିନ ଏହି ମସ୍ତି ଭରା ଗୀତକୁ ଗାଇଛନ୍ତି । ଏମାନଙ୍କ ଗାୟିକି ଏହି ଗୀତକୁ କରିଛି ଆହୁରି ମନଛୁଆଁ । ରେଡିଓ ଚକଲେଟ ଦ୍ୱାରା ପ୍ରସ୍ତୁତ ଏହି ମସ୍ତ ପେପି ନମ୍ବରକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଗୀତଟି ଚଳିତ ବର୍ଷର ଅନ୍ୟତମ ହିଟ ପାର୍ଟି ସଙ୍ଗ ହେବ ବୋଲି ଆଶାକରାଯାଉଛି । ୟୁଟୁବରେ ମଧ୍ୟ ଗୀତର ଭ୍ୟୁ ବଢିବାରେ ଲାଗିଛି । ସ୍ରୋତାଙ୍କୁ ଏଂଟର୍ଟେନ୍ କରିବା ପାଇଁ ଏମିତି ଏକ୍ ସେ ଏକ ମନଛୁଆଁ ଗୀତ ପରସି ଦେଇଛି ରେଡିଓ ଚକଲେଟ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More