Only for Entertainment

ରେଡିଓ ଚକଲେଟର ନୂଆ ମନଛୁଆଁ ଗୀତ, ‘ପ୍ରିୟା ମୋର’, ଦେଖନ୍ତୁ ।

youtube
0 109

ଓଡିଆ ସ୍ରୋତାଙ୍କୁ ଏଂଟର୍ଟେନ କରିବା ପାଇଁ ରେଡିଓ ଚକଲେଟ୍ ଭେଟିଦେଇଛି କ୍ଲାସିକ୍ ଓଡିଆ ଗୀତ ପ୍ରିୟା ମୋରର ଏକ ନୂଆ ଭର୍ସନ । ଲୋକପ୍ରିୟ କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀଙ୍କ ସ୍ୱରରେ ଏହି ଗୀତଟି ହୋଇପାରିଛି ବେଶ ମନଛୁଆଁ । ଗୀତଟି ଆଜିର ମ୍ୟୁଜିକ୍ ଜନରକୁ ନଜର ରଖି ପ୍ରସ୍ତୁତ କରାଯାଇଛି ।

ଗୀତର ଲିରିକ୍ସ ଦେଇଛନ୍ତି ଡକ୍ଟର ନିର୍ମଳ ନାୟକ । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ସୌମିତ୍ରି ପଲାଇ । ରତିକାନ୍ତ ଶତପଥୀଙ୍କ ସୃତିମଧୂର କଣ୍ଠ ଗୀତଟିକୁ କରିଛି ଆହୁରି ଅଧିକ ଆକର୍ଷଣୀୟ ।

ପ୍ରତ୍ୟେକ ଶୁକ୍ରବାର ଓଡିଶାର ନମ୍ବର ୧ ରେଡିଓ ଚ୍ୟାନେଲ୍ ରେଡିଓ ଚକଲେଟ ୧୦୪ ଏଫ୍ଏମ୍ ଭେଟି ଦେଇଥାଏ ନୂଆ ନୂଆ ଗୀତ । ଆଉ ଏଥର ଓଡିଆ ସ୍ରୋତାଙ୍କ ପାଇଁ ଭେଟି ଦେଇଛି ପ୍ରିୟା ମୋର ଟାଇଟଲ୍ର ଏହି ମନଛୁଆଁ ଗୀତ । ତେବେ ନିଜ ଗୀତକୁ ପ୍ରମୋଟ କରିବା ପାଇଁ କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ ପହଁଚିଥିଲେ ରେଡିଓ ଚକଲେଟର ଏକ ଶୋ’ରେ । ଆର୍ ଅନୀଲ ଶୋ ଚକଲେଟ କାଉଁଟ ଡାଉନରେ ପହଁଚି ନିଜର ଏହି ନୂଆ ଗୀତ ବିଷୟରେ ଏବଂ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥା ସେୟାର୍ କରିଥିଲେ କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ । ପୁରୁଣା ଗୀତର ଏକ ସିଗନେଚର୍ ଲାଇନକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ନୂଆ ଭର୍ସନ ଓଡିଆ ସ୍ରୋତାଙ୍କ ମନକୁ ଛୁଇଁ ପାରିବ ବୋଲି ଆଶା ରଖିଛନ୍ତି ମେକର୍ ।

ନୂଆ ଲିରିକ୍ସ ଏବଂ ନୂଆ ମ୍ୟୁଜିକ୍ ସହ ରିଲିଜ୍ ହୋଇଥିବା ‘ପ୍ରିୟା ମୋର’ର ଏହି ନୂଆ ଭର୍ସନକୁ ଓଡିଆ ସ୍ରୋତା ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ସୋସିଆଲ ସାଇଟ ୟୁଟୁବରେ ଏହାକୁ ଲାଇକ୍ ଓ ସେୟାର୍ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More