Only for Entertainment

ମେଡିକାଲ କଲେଜରେ ର‌୍ୟାଗିଂ ପାଇଁ ଛାତ୍ରମାନେ ହେଲେ ଲଣ୍ଡା !

62

ଉତ୍ତରପ୍ରେଦଶର ଇଙ୍କବାରେ ଥିବା ସରକାରୀ ମେଡିକାଲ କଲେଜରେ ର‌୍ୟାଗିଂକୁ ବିରୋଧ କରି ୧୦୦ଜଣ ଛାତ୍ର ଲଣ୍ଡା ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି । ସିନିଅର ଛାତ୍ର ମାନେ ଜୁନିଅର ଛାତ୍ରଙ୍କୁ ଖୁବ ହଇରାଣ କରୁଛନ୍ତି ଏବଂ କ୍ଲାସରୁ କ୍ୟାଂଟିନ ପର୍ଯ୍ୟନ୍ତ ମୁଣ୍ଡ ନୂଆଇଁ ଚାଲିବା ପାଇଁ ବାଧ୍ୟ କରୁଛନ୍ତି ବୋଲି ଆରୋପ ରହିଛି । ମେଡିକାଲ କଲେଜର ଏହି କଥା ସାମ୍ନାକୁ ଆସିବା ପରେ ଏବେ ଚହଳ ସୃଷ୍ଟି ହୋଇଛି ।

ଜୁନିଅର ଛାତ୍ର ମାନଙ୍କୁ ର‌୍ୟାଗିଂ ଏବଂ ବିରୁଦ୍ଧରେ ଲଣ୍ଡା ହେବା ପରେ ବିଶ୍ୱବିଦ୍ୟାଳୟ କୁଳାଧିପତି କହିଛନ୍ତି ଯେ ଯଦି କୌଣସି ଅନୁଶାସନ ଭଙ୍ଗ ହୋଇଛି ତେବେ ଏହା ବିରୁଦ୍ଧରେ କଡା ନିଷ୍ପତ୍ତି ନିଆଯିବ । ଛାତ୍ର ମାନେ ଥରେ ୱାର୍ଡନଙ୍କୁ ଫରିଆଦ କରିପାରିଥା’ନ୍ତେ । ତେବେ ଜୁନିଅର ପିଲା ଲଣ୍ଡା ହେବା ପରେ ଏହି ଖବର ଚାରିଆଡେ ବ୍ୟାପି ଯାଇଥିଲା ଏବଂ ସେଠାକାର ପୁଲିସ ଫୋର୍ସ ୟୁନିଭର୍ସିଟିକୁ ଘେରିଥିଲେ ।

ପୁଲିସ ଏବଂ କୁଳପତି ର‌୍ୟାଗିଂ ବିଷୟରେ ପଚରାଉଚରା କଲେ କିନ୍ତୁ କୌଣସିି ଛାତ୍ର ତାଙ୍କ ବିରୁଦ୍ଧରେ କହିନାହାନ୍ତି । ସୂତ୍ର ମୁତାବକ ର‌୍ୟାଗିଂ ବିଷୟରେ କଲେଜର ବାହାର ଛାତ୍ର ଜଣାଇଛନ୍ତି । ସେମାନେ ସିନିଅରଙ୍କ ଭୟ ଏବଂ କ୍ୟାରିଅରକୁ ସାମ୍ନାରେ ରଖି କେଉଁ ଜାଗାରେ ବି ର‌୍ୟାଗିଂ ବିଷୟରେ ଜଣାଇ ନାହାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More