Only for Entertainment

ନୋରା ଫତେହିଙ୍କ ଗୀତରେ ରାଘବ ଜୁୟାଲ କଲେ ଧମାକାଦାର ଡାନ୍ସ, ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ !

116

ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କ ଗୀତ ‘ସାକି ସାକି’ସୋସିଆଲ ମିଡିଆରେ ଖୁବ ଧମାଲ ମଚାଇବାରେ ଲାଗିଛି । ଯେଉଁଠି ଦେଖ ଲୋକମାନେ ଏହି ଗୀତରେ ଡାନ୍ସ କରୁଥିବାର ନଜର ଆସୁଛନ୍ତି ଏବଂ ଭିଡିଓ ବନାଉଥିବାର ନଜର ଆସିଛନ୍ତି । ଏବେ ଏହି ଗୀତରେ ଡାନ୍ସ ଏକ୍ସପର୍ଟ ରାଘବ ଜୁୟାଲ ନିଜର ଯାଦୁ ଦେଖାଇଛନ୍ତି । ନିକଟରେ ରାଘବ ଜୁୟାଲ ‘ସାକି ସାକି’ ଗୀତରେ ଡାନ୍ସ କରୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କର ଜବରଦସ୍ତ ଡାନ୍ସ ଷ୍ଟେପ ଏବଂ ମୂଭ ଦେଖିବାକୁ ମିଳିଛି ।

ରାଘବଙ୍କ ଏହି ଭିଡିଓକୁ ଯେ କେହି ବି ଦେଖିବ ପ୍ରଶଂସା ନକରି ରହିପାରିବ ନାହିଁ । ଖାସ କଥା ହେଉଛି କିଛି ସମୟ ହେବ ଶେୟାର ହୋଇଥିବା ଏହି ଭିଡିଓକୁ ୧୦ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି । ରାଘବଙ୍କ ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଭିଡିଓ ଖୁବ ଜବରଦସ୍ତ ହୋଇଛି । ଏହି ଭିଡିଓ ଶେୟଶର କରି ରାଘବ ନୋରା ଫତେହିଙ୍କର ଖୁବ ପ୍ରଶଂସା ମଧ୍ୟ କରିଛନ୍ତି । ଏହି ଡାନ୍ସ ଏକ୍ସପର୍ଠ ଏବେ ପର୍ଯ୍ୟନ୍ତ ସୋନାଲୀ କେବଲ, ଏବିସିଡି୨ ଏବଂ ନବାବଜାଦେ’ରେ ନଜର ଆସିସାରିଲେଣି । ଏହାବ୍ୟତୀତ ଖୁବ ଶୀଘ୍ର ସେ ‘ଷ୍ଟ୍ରିଟ ଡାନ୍ସର’ରେ ମଧ୍ୟ ନିଜର ଧମାଲ ମଚାଇବାକୁ ଆସୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More