Only for Entertainment

ଅକ୍ଷୟ କୁମାରଙ୍କ ଫିଲ୍ମ ‘ ଲକ୍ଷ୍ମୀ ବମ’ର ହାତ ଛାଡିଲେ ନିର୍ଦ୍ଦେଶକ, କହିଲେ- ପଇସା ନୁହେଁ ଆତ୍ମସମ୍ମାନ ଜରୁରୀ…

ndtv
44

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ’ର ପୋଷ୍ଟର ନିଜର ରିଲିଜ ହୋଇଥିଲା । ଏହି ପୋଷ୍ଟରରେ ଅକ୍ଷୟ କୁମାରଙ୍କୁ ଖୁବ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଅକ୍ଷୟ କୁମାରଙ୍କ ଏହି ଫିଲ୍ମ ସାଉଥ ସୁପରହିଟ ହରର ଫିଲ୍ମ ‘କଂଚନା’ର ହିନ୍ଦୀ ରିମେକ । ଏହି ଫିଲ୍ମ ୫ ଜୁନ ୨୦୨୦ରେ ରିଲିଜ ହେବାକୁ ଥିବା ବେଳେ ଫିଲ୍ମକୁ ନେଇ ଏ କ ଆଶ୍ଚର୍ଯ୍ୟକର କଥା ସାମ୍ନାକୁ ଆସିଛି ।
ଫିଲ୍ମର ‘ଲକ୍ଷ୍ମୀ ବମ’ର ନିର୍ଦ୍ଦେଶକ ରାଘବ ଲୋରେନ୍ସ ଫିଲ୍ମର ପୋଷ୍ଟର ରିଲିଜ ହେବାର କିଛି ସମୟ ପରେ ଫିଲ୍ମ ଛାଡିବାର ନିର୍ଣ୍ଣୟ ନେଇଛନ୍ତି । ଫିଲ୍ମ ଛାଡିବା ପଛରେ ରାଘବ ଅନନେକ କାରଣ ଥିବା କହିଛନ୍ତି ।

ଫିଲ୍ମର ନିର୍ଦ୍ଦେଶକ ରାଘବ ଟ୍ୱିଟ କରି ଫିଲ୍ମ ଛାଡିବା ବିଷୟରେ ସୂଚନା ଦେଇଥିଲେ । ସୋସିଆଲ ମିଡିଆରେ ସେ ଏକ ନୋଟ ସେୟାର କରି ନିଜ ନିରାଶା ବ୍ୟକ୍ତି କରିଛନ୍ତି ।

ଦେଖନ୍ତୁ ଟ୍ୱିଟ-

ଆପଣଙ୍କୁ କହିରଖୁଛୁ ଯେ, ଫିଲ୍ମରେ ଅକ୍ଷୟ ଜଣେ କିନ୍ନର ଭୂତ ଭୂମିକାରେ ନଜର ଆସିବେ । ଫିଲ୍ମରେ ଅକ୍ଷୟଙ୍କ ଅପୋଜିଟରେ କିଆରା ଆଣଭାଣୀ ନଜର ଆସିବେ । ଏହା ସହିତ ବିଗ ବି ଅମିତାଭ ମଧ୍ୟ ଫିଲ୍ମରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More