Only for Entertainment

ଅଭିନେତା ରାହୁଲ ବୋଷ ଖାଇଲେ କେବଳ ଦୁଇଟି କଦଳୀ, ବିଲ ଦେଖି ଉଡିଯିବ ହୋଶ୍ !

7,737

ଗୋଟିଏ ଡର୍ଜନ କଦଳୀର ମୂଲ୍ୟ ହାରାହାି ୪୦ରୁ ୬୦ଟଙ୍କା । ନଚେତ ଅଧିକରୁ ଅଧିକ ୧୦୦ଟଙ୍କାରେ କିଣା ଯାଇଥାଏ । କିନ୍ତୁ ଅଭିନେତା ରାହୁଲ ବୋଷ୍ ଏକ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ସେ ଏକ ହୋଟେଲ ଯାଇଥିଲେ ଏବଂ ସେଠାରେ ଦୁଇଟି କଦଳୀ ଖାଇବାକୁ ମଗାଇଥିଲେ ବୋଲି କହିଛନ୍ତି । କିନ୍ତୁ ଯେତେବେଳେ ଏହି କଦଳୀର ବିଲ ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

୨୨ଜୁଲାଇରେ ଏହି ଅଭିନେତା ଜଣକ ଟ୍ୱିଟରରେ ଏହି ଭିଡିଓ ଶେୟାର କରିଥିଲେ । ସେ ଭିଡିଓ କ୍ୟାପଶନରେ ଲେଖିଛନ୍ତି ଯେ, ‘ଆପଣ ମାନେ ଏହାକୁ ଦେଖିଲେ ଭରସା କରିବେ, କିଏ କହୁଛି ଫଳ ଆପଣଙ୍କ ପାଇଁ ବିପଦଜନକ ନୁହେଁ ? ଏହି ଟ୍ୱିଟ ସହ ସେ ଜେଡବ୍ଲ୍ୟୁ ମାରିଏଟ ଚଣ୍ଡିଗଡକୁ ଟ୍ୟାଗ କରିଛନ୍ତି । ଖବର ଲେଖାଯିବା ପରେ ତାଙ୍କର ଏହି ଭିଡିଓ ୧୧ହଜାରରୁ ଅଧିକ ଥର ଦେଖା ଯାଇ ସାରିଲାଣି, ୧୩୭ରିଟ୍ୱିଟ ଏବଂ ୪୧୧ଲାଇକ୍ସ ମଧ୍ୟ ମିଳିଛି ।

ରାହୁଲ ବୋସ ହୋଟେଲ ଭିଡିଓରେ କହିଛନ୍ତି ସେ ଏହି ଭିଡିଓ ସେ ଚଣ୍ଡିଗଡରେ ସୁଟ କରୁଛନ୍ତି । ଏହା ଜେଡବ୍ଲ୍ୟୁ ମେରିଅଟ ହୋଟେଲର ସବୁଠାରୁ ସୁନ୍ଦର ରୁମ ଅଟେ । ଏହାପରେ ସେ ଏହି ବିଲ ବିଷୟରେ କହିଛନ୍ତି । ଏଠାରେ ଦେଖନ୍ତୁ ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More