Only for Entertainment

ମ୍ୟାରିୟଟର ଦାମୀ ସେବାକୁ ନେଇ ରାହୁଲଙ୍କ ଟ୍ୱିଟ୍ ପରେ ତାଜ୍ ର ମାଗଣା ସେବା

132

ଅଭିନେତା ରାହୁଲ ବୋଷ ଚଣ୍ଡିଗଡ଼ରେ ଥିବା ‘ଜେଡବ୍ଲୁ ମ୍ୟାରିୟଟ୍‌ ହୋଟେଲ୍‌’ ୨ଟି କଦଳୀ ପାଇଁ ୪୪୨ ଟଙ୍କାର ବିଲ୍‌ ଦେଇଥିଲେ । ରାହୁଲ ବୋଷ ଦୁଇଟି କଦଳୀ ସହ ହୋଟେଲ୍‌ ପକ୍ଷରୁ ମିଳିଥିବା ବିଲ୍‌ ଦେଖାଇ ଏକ ଭିଡିଓ କରି ସୋସିଆଲ୍‌ ମିଡିଆରେ ସେୟାର୍‌ କରିଥିଲେ। ତା’ପରେ ଏହାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ସାମନ୍ୟ ଜିନିଷକୁ ଖୁବ୍‌ ଅଧିକ ଟଙ୍କା କିଣିଥିବା ମୁହୂର୍ତ୍ତକୁ ମନେ ପକାଇ ସୋସିଆଲ୍‌ ମିଡିଆରେ ‘ରାହୁଲ ବୋଷ ମୋମେଣ୍ଟ୍‌’ର ଟ୍ରେଣ୍ଡ୍‌ ସୃଷ୍ଟି କରିଥିଲେ। ‘ରାହୁଲ୍‌ ବୋଷ ମୋମେଣ୍ଟ୍‌’ ସୋସିଆଲ୍‌ ମିଡିଆରେ ଥମିବାର ନାଁ ଧରୁନି। ଏବେ ‘ହୋଟେଲ୍‌ ଜେଡବ୍ଲୁ ମ୍ୟାରିୟଟ୍‌’କୁ ମୁମ୍ବାଇର ‘ତାଜ୍‌ ହୋଟଲ୍‌’ ଏକ ଭିନ୍ନ ଢଙ୍ଗରେ ଅପଦସ୍ତ କରିଛି। ‘ଜେଡବ୍ଲୁ ମ୍ୟାରିୟଟ୍‌’ ୨ଟି କଦଳୀ ପାଇଁ ୪୪୨ ଟଙ୍କା ବିଲ୍‌ ଦେଇଥିବା ବେଳେ ‘ତାଜ୍‌ ହୋଟେଲ୍‌’ ପକ୍ଷରୁ ଋତୁକାଳୀନ ଫଳ ମାଗଣାରେ ଦିଆଯିବ ବୋଲି କୁହାଯାଇଛି।

 

ଉଲ୍ଲେଖଯୋଗ୍ୟ, ଜେଡବ୍‌ଲୁ ମ୍ୟାରିୟଟ୍‌ କଦଳୀ ସହ ଜିଏସ୍‌ଟି ମିଶାଇ ୪୪୨ ଟଙ୍କାର ବିଲ୍‌ ଦେଇଥିଲା। କଦଳୀ ପରି ଖାଦ୍ୟରେ ଜିଏସ୍‌ଟି ଛାଡ଼ ଥିବା ବେଳେ ହୋଟଲ୍‌ କାହିଁକି ସେଥିରେ ଜିଏସ୍‌ଟି ପକାଇଛି ବୋଲି ଅଭିଯୋଗ ହେବା ପରେ ଏକ ମାମଲା ରୁଜ୍ଜୁ ହୋଇଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More