Only for Entertainment

ସଂସଦରେ ଅନାସ୍ଥା ପ୍ରସ୍ତାବ ବେଳେ ରାହୁଲ ଗାନ୍ଧି କଲେ କିଛି ଏଭଳି. ଭିଡିଓ ହେଲା ଭାଇରାଲ

India News
0 65

ସଂସଦରେ ଅନାସ୍ଥା ଆଲୋଚନା ବେଳେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ । ଅନାସ୍ଥା ପ୍ରସ୍ତାବକୁ ନେଇ ଆଲୋଚନା ଚାଲୁଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କରିଥିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ପାର୍ଲାମେଣ୍ଟ ଇତିହାସରେ ହୁଏତ ଏହି ଦୃଶ୍ୟ ଆପଣଙ୍କୁ କମ ଦେଖିବାକୁ ମିଳିଥିବ । ହେଲେ ସଂସଦରେ ଘଟିଥିବା ଏହି ଦୃଶ୍ୟକୁ ନେଇ ଉପସ୍ଥିତ ବିଭିନ୍ନ ଦଳର ସାଂସଦମାନଙ୍କ ମୂହଁରେ କୌତୁହଳର ହସ ଦେଖିବାକୁ ମିଳିଥିଲା । ଇତି ମଧ୍ୟରେ ଏହି ଦୃଶ୍ୟ ସହିତ ଆଉ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ବିଭିନ୍ନ ଦଳକୁ ସମୟ ମିଳିଥିବାବେଳେ କଂଗ୍ରେସକୁ ମଧ୍ୟ ବିତର୍କ କରିବା ପାଇଁ ସମୟ ମିଳିଥିଲା । ତେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜର ଅଭିଭାଷଣ ଶେଷ କରି ମୋଦିଙ୍କ ଆସନ ନିକଟକୁ ଯାଇଥିଲେ । ଏବଂ ମୋଦିଙ୍କ ସହ କରମର୍ଦ୍ଦନ କରିବା ସହ ତାଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ମୋଦି ପୁଣିଥରେ ରାହୁଲଙ୍କୁ ଡକାଇ କାନରେ କିଛି କହିଥିଲେ ଏବଂ ତାଙ୍କ ପିଠିକୁ ଥାପୁଡାଇ ଥିଲେ ।

ଏହାପରେ ରାହୁଲ ନିଜ ସିଟକୁ ଆସି ସ୍ମାଇଲ ସହିତ କାହାକୁ ଆଖି ମାରୁଥିବା ଦେଖିବାକୁ ମିଳିଥିଲା । ରାହୁଲଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଅନେକ ଲୋକ କହିଛନ୍ତି ରାହୁଲ ଗାନ୍ଧି ଆଜି ଇଣ୍ଟନେଟ ସେନସେସନ ପ୍ରିୟା ପ୍ରକାଶ ୱାରିୟରଙ୍କୁ ପଛରେ ପକାଇ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More