Only for Entertainment

ରାପର ରଫତାରଙ୍କ ସହ ନିଜ ପ୍ରଥମ ଗୀତ ଡେବ୍ୟୁ କରିବେ ରାହୁଲ ସାଥୁ !

firstpost
28

ସଙ୍ଗୀତ ଦୁନିଆରେ ରାହୁଲ ସାଥୁଙ୍କ ନାଁ ନୂଆ ନୁହେଁ । କାନାଡ଼ାର ପ୍ରତିଷ୍ଠିତ ମେଟାଲୱର୍କ ଇନଷ୍ଟିଚ୍ୟୁଟ ଅଫ ସାଉଣ୍ଡ ଆଣ୍ଡ ଇଞ୍ଜିନିୟରିଂ ରେ ଅଡିଓ ପ୍ରଡକ୍ସନରେ ଗ୍ରାଜୁଏସନ କରି ରାହୁଲ କାନାଡ଼ା ର ଅନେକ ପ୍ରତିଯୋଗିତାରେ ଭାଗ ନେଇ ଜିତିଥିଲେ  । କିନ୍ତୁ ତାଙ୍କୁ ବଡ ବ୍ରେକ ମିଳିଥିଲା ୨୦୧୫ରେ ଯେତେବେଳେ ସେ ମାଲେସିଆ ର ଏକ ପ୍ରତିଯୋଗିତାରେ ସୁପରଷ୍ଟାର ରୂପେ ଭାଗ ନେଇ ଭ୍ୟୁୟର୍ସ ଚୟନ ଆୱାର୍ଡ଼ ନିଜ ନାଁ ରେ କରିଥିଲେ ।

ଏହାପରେ ରାହୁଲ ୫ଟି ତାମିଲ ଫିଲ୍ମରେ ନିଜ ସଂଗୀତ ଦେଇଛନ୍ତି ଏବଂ ବଲିଉଡରେ ମଧ୍ୟ ନିଜ ଜାଗା ବନାଇପାରିଛନ୍ତି । ଏହାପରେ ସେ ସଲମାନ ଙ୍କ ଫିଲ୍ମ  ରେଶ୩ ରେ ୨ଟି ଗୀତ ପାଇଁ ସୁଯୋଗ ପାଇଥିଲେ ଏବଂ ଵିଶାଲ ଶେଖରଙ୍କ ଭଳି ସଂଗୀତକାର ଙ୍କ ସହ କାମ କରିବାକୁ ସୁଯୋଗ ପାଇଥିଲେ । ରାହୁଲଙ୍କ ପ୍ରଥମ ସ୍ବପ୍ନ ସବୁବେଳେ ସିଙ୍ଗିଗ ରହି ଆସିଛି।

ରାହୁଲଙ୍କ ଗୀତ ଡେବ୍ୟୁ ବିଷୟରେ କହିବାକୁ ଗଲେ ସେ ରାପର ରଫତାରଙ୍କ ସହ ରେକର୍ଡ କରିଛନ୍ତି । ରାହୁଲ ନିଜେ ଏହି ଗୀତକୁ କମ୍ପୋଜ ଏବଂ ପ୍ରଡ୍ୟୁସ କରୁଛନ୍ତି । ସେ ତାଙ୍କର ଏହି ଡେବ୍ୟୁ ଗୀତରେ ହୃଦୟ ଏବଂ ଅନେକ ଦିନର ମେହେନତ ଦେଇଛନ୍ତି । ରାହୁଲ ଆଶା କରୁଛନ୍ତି ଯେ ଦର୍ଶକଙ୍କୁ ଏହି ଗୀତ ଖୁବ ପସନ୍ଦ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More