Only for Entertainment

ରାଜ କପୁରଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ ।

India Today
21

ରାଜ କପୁର ଏକ ଏଭଳି ନାମ ଯିଏ ସିନେମା ଇଣ୍ଡଷ୍ଟ୍ରିରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ବଲିଉଡରେ ତାଙ୍କୁ ଶୋ ମ୍ୟାନ ଭାବେ ସମସ୍ତେ ଜାଣନ୍ତି । ଯଦିଓ ସେ ଆଜି ଆମ ମଧ୍ୟରେ ନାହାଁନ୍ତି ତଥାପି ସମସ୍ତଙ୍କ ହୃଦୟରେ ସେ ଏବେ ମଧ୍ୟ ଜୀବିତ । ଯଦିଓ ସେ ଏକ ବଡ଼ ପରିଚୟ ସୃଷ୍ଟି କରି ପାରିଛନ୍ତି ତଥାପି ତାହା ହାସଲ କରିବା ପାଇଁ ସେ ଯେଉଁ ସଂଘର୍ଷ କରିଛନ୍ତି ତାହା ବୋଧହୁଏ ସମସ୍ତେ ଜାଣି ନାହାଁନ୍ତି । ରାଜ କପୁର ୧୪ ଡିସେମ୍ବର ୧୯୨୪ରେ ପାକିସ୍ତାନର ପେଶାବରରେ ଜନ୍ମ ହୋଇଥିଲେ ।

୧୭ ବର୍ଷ ବୟସରଙ୍କ ସେ ଫିଲ୍ମରେ ସ୍ପଟବଏ ଭାବରେ କାମ କରିଥିଲେ ।ପୃଥ୍ୱୀ ରାଜ କପୁରଙ୍କ ଭଳି ହସ୍ତୀଙ୍କ ଘରେ ଜନ୍ମ ହେବା ପରେ ମଧ୍ୟ ତାଙ୍କୁ ଖୁବ ସଂଘର୍ଷ କରିବାକୁ ପଡ଼ିଥିଲା । କହିରଖୁଛୁଯେ ତାଙ୍କ ଫିଲ୍ମ କ୍ୟାରିଅର ଏକ ଚାପୁଡ଼ାରୁ ଆରମ୍ଭ ହୋଇଥିଲା । ଏକ ଫିଲ୍ମରେ ସେ କ୍ଲାପର ବଏ ଭାବରେ କାମ କରୁଥିଲେ ଏବଂ ଜୋରରେ ତାଳି ମାରିବାରୁ ନିର୍ଦ୍ଦେଶକ କେଦାର ଶର୍ମା ତାଙ୍କୁ ଜୋରରେ ଚାପୁଡ଼ା ମାରିଥିଲେ । କିନ୍ତୁ ପରେ ସେ ତାଙ୍କୁ ଫିଲ୍ମରେ ନାୟକ ଭାବରେ ନେଇଥିଲେ ।

ଥିଏଟରରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ ରାଜ ।୧୦ ବର୍ଷ ବୟସରଙ୍କ ସେ ଇଂକିଲାବରେ ଏକ ଛୋଟ ରୋଲ କରିଥିଲେ । ୧୨ ବର୍ଷ ପରେ ସେ ମଧୁବାଲାଙ୍କ ସହିତ ନୀଲକମଲରେ ଲିଡ ରୋଲ କରିଥିଲେ । ପଢା କଥା କହିବା ତ ସେ ୧୦ମ ଶ୍ରେଣୀରୁ ପଢା ଛାଡ଼ି ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More