Only for Entertainment

ସ୍ୱାମୀ ଶେୟାର କଲେ ଫଟୋ, ଲଣ୍ଡନରେ କ୍ରିକେଟ ଭଗବାନଙ୍କ ସହ ଶିଳ୍ପା କଲେ ପାର୍ଟି !

31

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କିଛି ଦିନ ହେବ ନିଜ ପରିବାର ସହ ଲଣ୍ଡନରେ ଛୁଟି କାଟୁଛନ୍ତି ଏବଂ ଏହାସହ ଲଣ୍ଡନକୁ ଭରପୂର ଉପଭୋଗ ମଧ୍ୟ କରୁଛନ୍ତି । ସେ ପେନସିଲ ପାର୍କ ପହଂଚିଛନ୍ତି, ଯେଉଁଠାରେ ସେ କ୍ରିଷ୍ଟଲ ଗ୍ରୋଟୋଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହାପରେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ଶିଳ୍ପାଙ୍କୁ ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଛୁଟିର ଅନେକ ଫଟୋ ଶେୟାର କରିଛନ୍ତି ଶିଳ୍ପା । ଏଠାରେ ଆମେ କହି ରଖୁଛୁ ଯେ ସ୍ୱାମୀ ରାଜ କୁନ୍ଦ୍ରା, ଭଉଣୀ ଶମିତା ସେଟ୍ଟୀ, ମା ସୁନନ୍ଦା ସେଟ୍ଟୀ ଏବଂ ପୁଅ ବିୟାନଙ୍କ ସହ ଏନଜୟ କରୁଥିବାର ନଜର ଆସିଛନ୍ତି ଶିଳ୍ପା । ସେହିଭଳି କିଛି ଫଟୋରେ ସମସ୍ତଙ୍କ ସହ ସଚିନ ତେନ୍ଦୁଲକର ମଧ୍ୟ ନଜର ଆସିଛନ୍ତି ।

ଏହାସହ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏଠାରେ ଆମେ କହି ରଖୁଛୁ ଯେ ଅନେକ ସମୟ ହେବ ଶିଳ୍ପା ସେଟ୍ଟୀ ଫିଲ୍ମ ପରଦାରୁ ଦୂରରେ ଅଛନ୍ତି ଏବଂ ୧୧ବର୍ଷ ପରେ ପୁଣିଥରେ ଫିଲ୍ମ ପରଦାକୁ କମବ୍ୟାକ କରିବେ ବୋଲି ଇଶାରା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More