Only for Entertainment

ରିଲିଜ ପୂର୍ବରୁ ବିବାଦ ଘେରରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ ମଙ୍ଗଳ’, ମହାରାଷ୍ଟ୍ର ନବନିର୍ମାଣ ସେନା ଦେଲା ଚେତାବନୀ

google
143

ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ ମଙ୍ଗଳ’କୁ ନେଇ ନୂଆ ବିବାଦ ସାମ୍ନାକୁ ଆସିଛି । ଏହି ଫିଲ୍ମକୁ ମେକର୍ସ ହିନ୍ଦୀ ସହିତ ମରାଠୀ ଭାଷାରେ ରିଲିଜ କରିବା ପାଇଁ ଚିନ୍ତା କରୁଛନ୍ତି । କିନ୍ତୁ ଇତି ମଧ୍ୟରେ ମହାରାଷ୍ଟ୍ର ନବନିର୍ମାଣ ସେନା ମେକର୍ସ ଏହି ପ୍ଲାନକୁ ନେଇ ଆପତ୍ତି ଉଠାଇଛନ୍ତି । ମହାରାଷ୍ଟ୍ର ନବନିର୍ମାଣ ସେନାର କହିବା ଅନୁସାରେ ‘ମିଶନ ମଙ୍ଗଳ’ର ମରାଠୀ ଡବ ଭର୍ସନ ରିଲିଜ କରିବା ଫଳରେ ଏହାର ଖରାପ ପ୍ରଭାବ ମରାଠୀ ଫିଲ୍ମ ଉପରେ ପଡିବ ।

ମହାରାଷ୍ଟ୍ର ନବନିର୍ମାଣ ସେନାର ଫିଲ୍ମ ଡଭିଜନ ଚେତାବନୀ ଦେଇ କହିଛନ୍ତି ଫିଲ୍ମର ମରାଠୀ ଭର୍ସନର ରିଲିଜ ନ କରିବା ପାଇଁ । ଯଦି ମରାଠୀ ଡିସଟ୍ରିବ୍ୟୁଟର୍ସ ଏବଂ ଏକ୍ସିବିଟର୍ସ ଫିଲ୍ମକୁ ରିଲିଜ କରନ୍ତି ତେବେ ଏହା ମରାଠୀ ଫିଲ୍ମର କ୍ଷତି କରିପାରେ । ମହାରାଷ୍ଟ୍ର ନବନିର୍ମାଣ ସେନା ଚେତାବନୀ ଦେଇ କହିଛନ୍ତି ଯେ, ଯଦି ମେକର୍ସ ଫିଲ୍ମକୁ ମରାଠୀ ଭାଷାରେ ରିଲିଜ କରନ୍ତି ତେବେ ଆମେ ଏହାର ବିରୋଧ କରିବୁ ଏବଂ ଧାରଣା ଦେବୁ । କିନ୍ତୁ ଏହାକୁ ନେଇ ମେକର୍ସଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତିତ ତାପସୀ ପନ୍ନୁ, ବିଦ୍ୟା ବାଲାନ, ସୋନାକ୍ଷୀ ସିହ୍ନା, କିର୍ତି କୁହ୍ଲାରୀ ଏବଂ ନିତ୍ୟା ମେନନଙ୍କ ପରି କଳାକାର ନଜର ଆସିବେ । ଫିଲ୍ମ ୧୫ ଅଗଷ୍ଟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More