Only for Entertainment

ଅକ୍ଷୟ କୁମାର ଦେଶଭକ୍ତିର କଥା କୁହନ୍ତି କିନ୍ତୁ ସେ ଭାରତର ନାଗରିକ ନୁହନ୍ତି, ଜାଣନ୍ତୁ କିଏ ଦେଲେ ଏପରି ବୟାନ

Upperstall
0 45

ମୁମ୍ବାଇରେ ରବିବାରକୁ ଏମଏନଏସର ର୍ୟାଲି ହୋଇଥିଲା । ଏହି ର୍ୟାଲିରେ ରାଜ ଠାକରେ ବିଜେପି ସହିତ ବଲିଉଡ କଳାକାରଙ୍କୁ ମଧ୍ୟ ଆକ୍ଷେପ କରିଥିବା ଦେଖିବାକୁ ମିଳିଥିଲା । ସେ ଅଭିନେତା ଅକ୍ଷୟ କୁମାରଙ୍କ ଉପରେ ଅନେକ ଗମ୍ଭୀର ଆରୋପ ଲଗାଇଛନ୍ତି । କେବଳ ଏତିକି ନୁହେଁ ଶ୍ରୀଦେବୀଙ୍କ ନିଧନ ପରେ ମିଡିଆ କଭେରେଜ ଉପରେ  ମଧ୍ୟରେ ସେ ପ୍ରଶ୍ନ କରିଛନ୍ତି ।

image

ରାଜ ଠାକରେ କହିଥିଲେ, ‘ଅକ୍ଷୟ କୁମାର ପ୍ୟାଡମ୍ୟାନ, ଟୟଲେଟ ପରି ଫିଲ୍ମ କରିଛନ୍ତି । ଏହି ଫିଲ୍ମ ଗୁଡିକ ସରକାରଙ୍କ ପ୍ରଚାର ପରି । ଅକ୍ଷୟ ଜବରଦସ୍ତି ମନୋଜ କୁମାର ହେବାକୁ ଚେଷ୍ଟା କରୁଛନ୍ତି ଯାହାଙ୍କୁ ଭରତ କୁମାର କୁହାଯାଉଥିଲା । ଅକ୍ଷୟ ଦେଶଭକ୍ତିର ବାର୍ତ୍ତା ଦିଅନ୍ତି କିନ୍ତୁ ସେ ଭାରତର ନାଗରୀକ ନୁହନ୍ତି । ତାଙ୍କ ପାଖରେ କାନାଡାର ପାସପୋର୍ଟ ରହିଛି ।’
ଏହାସହିତ  ସେ କହିଥିଲେ, ‘ଶ୍ରୀଦେବୀଙ୍କ ନିଧନ ମଦ୍ୟପାନ କାରଣରୁ ହୋଇଥିଲା । ଏହାପରେ ତାଙ୍କୁ ତ୍ରିରଙ୍ଗାରେ ଘୋଡାଇ ରାଜକୀୟ ସମ୍ମାନ ଦିଆଗଲା ଯାହା ସମ୍ପୂର୍ଣ୍ଣ ଭୁଲ । ଏହା ଦୁଃଖର ବିଷୟ ଯେ ଶ୍ରୀଦେବୀଙ୍କ ମୃତ୍ୟୁ ମଦ୍ୟପାନ କାରଣରୁ ବାଥ ଟବରେ ବୁଡି ହୋଇଥିଲା ।’


କେବଳ ଏହା ନୁହେଁ ସେ କହିଥିଲେ   ଯେ ଶ୍ରୀଦେବୀଙ୍କ ମୃତ୍ୟୁ ସମୟରେ ନିରବ ମୋଦି ମାମଲା ଚାଲିଥିଲା ଯାହାକୁ ଲୁଚେଇବା ପାଇଁ ସରକାର ଶ୍ରୀଦେବୀଙ୍କୁ ରାଜକୀୟ ସମ୍ମାନ ଦେଇଥିଲେ ଏବଂ ସମସ୍ତଙ୍କର ଧ୍ୟାନ ଶ୍ରୀଦେବୀଙ୍କ ଉପରକୁ ଯାଇଥିଲା । ମହାରାଷ୍ଟ୍ର ସରକାରଙ୍କର ଏହା  ସବୁଠାରୁ ବଡ ଭୁଲ ।

ଏହା ସହିତ ରାଜ ଠାକରେ କହିଥିଲେ, ‘ମିଡିଆ ଶ୍ରୀଦେବୀଙ୍କ ମୃତ୍ୟୁକୁ ଖୁବ ହାଇଲାଇଟ କରିବା ସହିତ ଏହି ଖବରକୁ ବଡ କରି ଦର୍ଶାଇଥିଲେ । ଏହାର ଗୋଟିଏ କାରଣ ଥିଲା ନିରବ ମୋଦିଙ୍କ ମାମଲା ଉପରୁ  ସମସ୍ତଙ୍କ ଧ୍ୟାନ ହାଟାଇବା । ’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More