Only for Entertainment

ଏହି ଫିଲ୍ମ ପାଇଁ ଆଲିୟାଙ୍କୁ ମୋଟା ଫିସ ଦେବା ପାଇଁ ରାଜି ରାଜାମୌଲି ।

bollywood tadka
34

ବଲିଉଡ ଫିଲ୍ମ ନିର୍ଦ୍ଦେଶକ ଏସ ରାଜାମୌଲି ନିଜର ବଡ଼ ବଡ଼ ଫିଲ୍ମ ପାଇଁ ଖୁବ ପ୍ରସିଦ୍ଧ । ତାଙ୍କର ପ୍ରତ୍ୟେକ ଫିଲ୍ମ ସୁପରହିଟ ହୋଇଥାଏ । ତେଣୁ ସେ ତାଙ୍କ ଫିଲ୍ମ ପାଇଁ ବଡ଼ ବଡ଼ବଜେଟକୁ ସାଇନ କରନ୍ତି । ଖବର ମୁତାବକ ରାଜାମୌଲି ତାଙ୍କର ଆଗାମୀ ଫିଲ୍ମ ପାଇଁ ଆଲିୟା ଭଟ୍ଟଙ୍କୁ ମୋଟା ଫିସ ଦେବାକୁ ରାଜି ଅଛନ୍ତି । ବାହୁବଳୀ ଏବଂ ବାହୁବଳୀ ଟୁ ଭଳି ମେଗା ହିଟ ନିର୍ମାଣ କରିଥିବା ଏସ ରାଗାମୌଲି ଏବେ ଫିଲ୍ମ ଆରଆରଆରର ସୁଟିଂ ଚାଲୁଅଛି । ଏହି ଫିଲ୍ମରେ ଜୁନିଅର ଏନଟିଆର ଏବଂ ରାମଚରଣ ତେଜା ମୁଖ୍ୟ ଚରିତ୍ରରେ ନଜର ଆସିବେ ।

ରାଜାମୌଲି ନାୟିକା ପାଇଁ ତେଲୁଗୁ, ତାମିଲ ଏବଂ ବଲିଉଡରେ ଅଭିନେତ୍ରୀ ଖୋଜୁଛନ୍ତି । ଏହି ମଧ୍ୟରେ ସେ ଆଲିୟା ଭଟ୍ଟ ଏବଂ ପରିଣୀତି ଚୋପ୍ରାଙ୍କୁ ଆପ୍ରୋଚ କରିଛନ୍ତି । କିନ୍ତୁ ଏବେ ଖବର ଆସୁଛିଯେ ରାଜାମୌଲି ଆଲିୟାଙ୍କୁ ଫିଲ୍ମରେ ବଡ଼ ମୋଟା ମୂଲ୍ୟ ଦେବାକୁ ପ୍ରସ୍ତୁତ । ରାଜାମୌଲି କରଣ ଜୋହରଙ୍କ ଦ୍ୱାରା ଆଲିୟାଙ୍କୁ ସଂପର୍କ କରିଥିଲେ । କିନ୍ତୁ ଭିନ୍ନ କେତେକ ପ୍ରକଳ୍ପରେ ବ୍ୟସ୍ତ ଥିବାରୁ ଆଲିୟା ଏଥିପାଇଁ ରାଜି ହୋଇ ନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More