Only for Entertainment

Koffee With Karan 6: ପ୍ରଭାସ କାହିଁକି ବିବାହ କରୁନାହାନ୍ତି ବୋଲି ଚାଟ ଶୋ’ରେ କହିଲେ ରାଜାମୌଲୀ !

42

କରଣ ଜୋହରଙ୍କ ଚାଟ ଶୋ’ କଫି ୱିଥ କରଣ୬ରେ ପ୍ରଭାସ, ଏସଏସ ରାଜାମୌଲୀ ଏବଂ ରାଣା ଡଗ୍ଗୁବତୀ ପହଂଚିଥିଲେ । ବାହୁବଲୀ ଟିମ ଶୋ’ରେ ଖୁବ ମସ୍ତି କରିଥିଲେ । କରଣଙ୍କ ପ୍ରଶ୍ନରେ ଅନେକ ଗୁଜବକୁ ମଧ୍ୟ ଖାରଜ କରିଥିଲେ ।

ବାହୁବଲୀ ଷ୍ଟାରର ଅନୁଷ୍କା ସେଟ୍ଟୀଙ୍କ ସଦହ ପ୍ରଭାସ ଙ୍କ ଡେଟିଂ ଚର୍ଚ୍ଚା ଶୁଣିବାକୁ ମିଳୁଥିଲା ମାତ୍ର କରଣ ଏ ସମ୍ପର୍କରେ ପଚାରିବାରୁ ସେ ସିଙ୍ଗଲ ବୋଲି କହିଥିଲେ । ଏଠାରେ ଆମେ କହି ରଖୁଛୁ ଯେ ପ୍ରଥମ ଥର ପ୍ରଭାସ ଟିଭି ଶୋ’ରେ ପହଂଚିଥିଲେ । ରାଜାମୌଳୀ କହିଥିଲେ ପ୍ରଭାସ ବହୁତ ଚୁପଚାପ ତଥା ଇଂଟ୍ରୋଭର୍ଟ ଅଟନ୍ତି । ବାହୁବଲୀ ଷ୍ଟାରର ପ୍ରଭାସଙ୍କ ବିଷୟରେ ଖୁବ କମ ଲୋକ ଜାଣନ୍ତି । ହୁଏତ ଏହି କାରଣରୁ ଚାଟ ଶୋ’ରେ ଆସିବା ଫ୍ୟାନ୍ସମାନଙ୍କ ପାଇଁ ଖୁବ ଏକ୍ସାଇଟିଂ ରହିଥିଲା । ଏଠାରେ ଅନେକ ଛୋଟ ଛୋଟ କଥାରେ ଚର୍ଚ୍ଚା ହୋଇଥିଲା ।

କଥାବାର୍ତ୍ତା ରେ ପ୍ରଭାସଙ୍କ ବିବାହ ବିଷୟରେ ଉଠିଥିଲା । ଏଥିରେ ପ୍ରଭାସଙ୍କୁ ବହୁତ ପରିହାସ କରାଯାଇଥିଲା । ରାଜାମୌଳୀ ପ୍ରଭାସ ବିବାହ ନ କରିବା କାରଣ ଅଳସୁଆ ବୋଲି କହିଥିଲେ । ପ୍ରଭାସ ଏତେ ଅଳସୁଆ ଯେ ତାଙ୍କୁ ଝିଅ ଖୋଜିବା ଏବଂ ଝିଅର ଘରଲୋକଙ୍କ ସହ କଥା ହେବା ଖୁବ କଠିନ ବୋଲି କହିଥିଲେ ରାଜାମୌଲୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More