Only for Entertainment

ଜଳ ସଙ୍କଟକୁ ଦୃଷ୍ଟିରେ ରଖି ରାଜସ୍ଥାନଙ୍କ ସରକାର ନୂତନ ଆଇନ, ଦୈନିକ ବ୍ୟବହାର କରିପାରିବେ ୭୦ ଲିଟର ଜଳ

The Citizen
38

ଜଳ ସଙ୍କଟକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ବର୍ତ୍ତମାନ ଜଳକୁ ନେଇ ଏକ ନୂତନ ଆଇନ ପ୍ରଣୟନ କରିବାକୁଯାଉଛନ୍ତି । ଏହି ଆଇନ ଅନୂଯାୟୀ, ପ୍ରତ୍ୟେକ ବ୍ୟକ୍ତି ଦୈନିକ କେବଳ ୭୦ ଲିଟର ଜଳ ବ୍ୟବହାର କରିପାରିବେ । ଭବିଷ୍ୟତରେ ଜଳକଷ୍ଟକୁ ଦୂର କରିବା ଲାଗି ରାଜସ୍ଥାନ ସରକାର ଏହି ଭଳି ନିଷ୍ପତ୍ତି ନେଇଛନ୍ତି ।

ଏହି ଆଇନ କେବଳ ଏତିକିରେ ସୀମିତ ହୋଇନାହିଁ । ଯଦି କେହି ଏହି ଆଇନର ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କୁ ଦେଢ ବର୍ଷର ଜେଲ ଦଣ୍ଡାଦେଶ ହେବା ସହ ୧ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ । ରାଜସ୍ଥାନ ଜଳବିଲ୍‍ର ଡ୍ରାଫ୍ଟ ପ୍ରସ୍ତୁତ କରିସାରିଥିବା ବେଳେ ଏହା ବିଚାରାଧୀନ ଥିବା ଜଳ ସମ୍ପଦ ବିଭାଗ(ଡବ୍ଲ୍ୟୁଆର୍‍ଡି)ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଉକ୍ତ ଡ୍ରାଫ୍ଟ୍‍ ବିଲ୍‍ ଅନୁଯାୟୀ, ଏକ ସୁସ୍ଥ ଜୀବନ ଅତିବାହିତ କରିବା ପାଇଁ ବିଶୁଦ୍ଧ ଏବଂ ପର୍ଯ୍ୟାପ୍ତ ପାଣି ଉପଲବ୍ଧ କରିବା ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କର ମୌଳିକ ଅଧିକାର । ପ୍ରତ୍ୟେକ ବ୍ୟକ୍ତି ଯେପରି ବିଶୁଦ୍ଧ ଏବଂ ସ୍ୱଚ୍ଛ ଜଳ ପାଇପାରିବେ ସେଥିପ୍ରତି ସରକାର ଦୃଷ୍ଟି ଦେବେ । ଆଇନ୍‍ ଏହା ଉପରେ ଗୁରୁତ୍ୱ ଦେବ ମଧ୍ୟ । ହିନ୍ଦୁସ୍ଥାନ ଟାଇମ୍ସ ଖବର ଅନୁଯାୟୀ, ପ୍ରତ୍ୟେକ ବ୍ଲକ୍‍ ଏବଂ ନଗରପାଳିକା ଗୁଡ଼ିକରେ ଏକ ଅଭିଯୋଗ କେନ୍ଦ୍ରର ସ୍ଥାପନା ମଧ୍ୟ କରାଯିବାର ବ୍ୟବସ୍ଥା ରହିବ । ଯଦି ଏହି ଆଇନ ପ୍ରଣୟନ ହୁଏ, ତେବେ ରାଜସ୍ଥାନ ଏଭଳି ଆଇନ ତିଆରି କରିବାରେ  ଭାରତରେ  ସର୍ବ ପ୍ରଥମ ରାଜ୍ୟ ଭାବେ ଗଣିତ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More