Only for Entertainment

ଦେଶ ଭକ୍ତିର ଉଦାହରଣ ଦେଲେ ଯୁବକ, ସହିଦଙ୍କ ନାମରେ ଟାଟୁ ବନାଇ ଜଣାଇଲେ ଶ୍ରଦ୍ଧାଞ୍ଜଳୀ !

ScoopWhoop
31

୧୪ ଫେବୃଆରୀରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଜବାନଙ୍କୁ ହରାଇ ପୂରା ଦେଶରେ ଶୋକର ଛାୟା ଦେଖା ଦେଇଛି । ଦେଶବାସୀ ଏହି ଘଟଣାକୁ ନିନ୍ଦା କରିବା ସହିତ ନିଜ ନିଜ ଢଙ୍ଗରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ରାଜସ୍ଥାନର ଜଣେ ଯୁବକ ଆକ୍ରମଣରେ ସହିଦ ହୋଇଥିବା ଜବାନମାନଙ୍କୁ ସମ୍ନାନ ଜଣାଇ ଏବଂ ସେମାନଙ୍କ ବଳିଦାନକୁ ସମ୍ନାନ ଜଣାଇବା ପାଇଁ ଏକ ଭିନ୍ନ ଉପାୟ ଆପଣାଇଛନ୍ତି ।

Master

ବିକାନେରର ଯୁବକ ଗୋପାଳ ସହାରନ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ନିଜ ଶରୀରରେ ୭୧ ସହିଦଙ୍କ ନାମ ଟାଟୁ କରାଇଛନ୍ତି । ଗୋପାଳଙ୍କ କହିବା ଅନୁସାରେ ଏହା ସହିଦମାନଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳୀ ଯାହା ସୁନିଶ୍ଚିତ କରିବ ଯେ ଆମେସେଯପରି ସେମାନଙ୍କ ନାମକୁ ଭୁଲିବା ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ, ପୁଲୱାମାରେ ସହିଦ ହୋଇଥିବା ଜବାନମାନଙ୍କୁ ସମସ୍ତେ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି ତେଣୁ ସେମାନଙ୍କ ନାମକୁ ସବୁବେଳେ ଜୀବନ୍ତ ରଖିବା ପାଇଁ ମୁଁ ଏହି ନିଷ୍ପତ୍ତି ନେଲି ।

ନିକଟରେ ସହିଦ ହୋଇଥିବା ୪୦ ଜବାନଙ୍କ ସମେତ ସେ ପୂର୍ବରୁ ସହିଦ ହୋଇଥିବା ଅନ୍ୟ ୩୧ ଜବାନଙ୍କ ନାମ ନିଜ ଦେହରେ ଲେଖାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More