Only for Entertainment

ରାଜସ୍ଥାନର ଝିଅମାନଙ୍କୁ ନୂଆ ବର୍ଷର ଉପହାର, କଲେଜରେ ମାଗଣାରେ ମିଳିବ ସାନିଟାରି ନାପକିନ୍ ।

India times
20

ରାଜସ୍ଥାନ ପ୍ରଥମ ଏପରି ରାଜ୍ୟ ବନିଛି ଯେଉଁଠାରେ କଲେଜ ଛାତ୍ରୀମାନଙ୍କୁ ମାଗଣାରେ ସାନିଟାରି ନାପକିନ୍‍ ଯୋଗାଇ ଦିଆଯିବ । ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜୁଲାଇ ୨୦୧୯ରୁ ଆରମ୍ଭ ହେବାକୁ ଥିବା ନୂଆ ଶିକ୍ଷା ବର୍ଷରୁ ରାଜ୍ୟର ସମସ୍ତ ୧୮୯ ସରକାରୀ କଲେଜରେ ମାଗଣା ସାନିଟାରି ନାପକିନ୍‍ ଭେଣ୍ଡିଂ ମେସିନ୍‍ ଲଗାଇବାର ନିଷ୍ପତି ନିଆଯାଇଛି । ଏହା ପୂର୍ବରୁ ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ କିଛି ସ୍କୁଲ ଏବଂ ରେଳ ଷ୍ଟେସନରେ ମାଗଣା ସାନିଟାରି ନାପକିନ୍‍ ଭେଣ୍ଡିଂ ମେସିନ୍‍ ଲଗାଇଥିଲେ ।

pic

ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ଭୱଁର ସିଂ ଭାଟି କହିଛନ୍ତି ଯେ, ଆମ ବିଭାଗ ପକ୍ଷରୁ ସରକାରଙ୍କୁ ଏନେଇ ପ୍ରସ୍ତାବ ପଠାଯାଇଛି । ଭେଣ୍ଡିଂ ମେସିନ୍‍ ପାଇଁ ୨.୫ କୋଟି ଟଙ୍କା ଆବଶ୍ୟକ ପଡିବ । ରାଜ୍ୟର ବିଭିନ୍ନ କଲେଜରେ ୨.୮ ଲକ୍ଷ ଛାତ୍ରୀ ପଢୁଥିଲା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ପରିବାରୁ ଆସୁଥିଲା ବେଳେ ସାନିଟାରି ନାପକିନ୍‍ କିଣିବା ପାଇଁ ସେମାନଙ୍କ ନିକଟରେ ଅର୍ଥର ଅଭାବ ରହୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More