Only for Entertainment

ସବୁ କିଛି ଛାଡି ହିମାଳୟ ଯାଉଛନ୍ତି ସୁପରଷ୍ଟାର ରଜନୀକାନ୍ତ, ଏହା ହେଉଛି କାରଣ !

22

ସୁପରଷ୍ଟାର ରଜନୀକାନ୍ତ ନିଜ ମୋଷ୍ଟ ଆୱେଟେଡ ଫିଲ୍ମ ‘ଦରବାର’ ସୁଟିଂ ଶେଷ କରିଛନ୍ତି । ଶୁଣିବାକୁ ମିଳିଛି ଯେ ସେ ଏହି ଫିଲ୍ମରେ ଜଣେ ପୁଲିସବାଲା ଭାବେ ଭୂମିକା ତୁଲାଇଛନ୍ତି । ଏହି ଫିଲ୍ମରେ ଖୁବ ପରିଶ୍ରମ କରିଛନ୍ତି ସୁପରଷ୍ଟାର ରଜନୀକାନ୍ତ । ଏବେ ଫିଲ୍ମର ସୁଟିଂ ଶେଷ କରି ସେ କିଛି ଦିନ ପାଇଁ ହିମାଳୟ ଗସ୍ତରେ ଯିବେ ।

ଅସଲରେ ନିକଟରେ ଏକ ଫଟୋ ଭାଇରାଲ ହୋଇଥିଲା । ଏହି ଫଟୋରେ ସେ ଉତ୍ତରାଖଣ୍ଡର ହୃଷିକେଶରେ ସ୍ୱାମୀ ଦୟାନନ୍ଦ ଆଶ୍ରମରେ ନଜର ଆସିଥିଲେ । ଏହି ଫଟୋରେ ରଜନୀକାନ୍ତ କଳା ରଂଗର ସାର୍ଟ ଏବଂ ଗ୍ରେ ପ୍ୟାଂଟରେ ନଜର ଆସିଛନ୍ତି ଏବଂ କାନ୍ଧରେ ଧଳା ରଂଗର ଶାଲ ପକାଇଥିଲେ । କୁହାଯାଉଛି ଯେ ହିମାଳୟ ୧୦ଦିନ ପାଇଁ ଯାଉଛନ୍ତି ସୁପରଷ୍ଟାର । ରଜନୀକାନ୍ତ ଏହି ଯାତ୍ରା ଖୁବ ଭିନ୍ନ ଅଟେ । ଏବେ ସେ ଦୟାନନ୍ଦ ଆଶ୍ରମରେ ଅଛନ୍ତି । ଏହାପରେ କେଦାରନାଥ, ବଦ୍ରିନାଥ ଏବଂ ବାବାଙ୍କ ମନ୍ଦିର ମଧ୍ୟ ଯିବେ ।

ଏଠାରେ ଆମେ କହି ରଖୁଛୁ ଯେ ସୁପରଷ୍ଟାର ରଜନୀକାନ୍ତଙ୍କ ଆକ୍ସନକୁ ଦର୍ଶକ ଖୁବ ପସନ୍ଦ କରନ୍ତି । ଫିଲ୍ମ ଦରବାରରେ ମଧ୍ୟ ତାଙ୍କର ଜବରଦସ୍ତ ଅଭିନୟ ଦେଖିବାକୁ ମିଳିବ । ଏଆର ମୁରୁଗଡାସଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ରଜନୀକାନ୍ତ ୨୮ବର୍ଷ ପରେ ପୁଣି ଥରେ ପୁଲିସ ଭୂମିକାରେ ନଜର ଆସିବେ । ଏହାପୂର୍ବରୁ ସେ ତାମିଲ ଫିଲ୍ମ ‘ପାଣ୍ଡିଆନ’ରେ ପୁଲିସ ଭୂମିକା ତୁଲାଇଥିଲେ । ଏହି ଫିଲ୍ମ ୧୯୯୨ରେ ରିଲିଜ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More