Only for Entertainment

ରିଲିଜ ହେଲା ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଦରବାର’, ଥିଏଟର ବାହାରେ ଲାଗିଲା ଫ୍ୟାନ୍ସଙ୍କ ମେଳା

latestly
22

ଦକ୍ଷିଣ ଭାରତ ସୁପରଷ୍ଟାର ରଜନୀକାନ୍ତଙ୍କ ନୂଆ ‘ଦରବାର’ ଆଜି ବକ୍ସ ଅଫିସରେ ରିଲିଜ ହୋଇଛି । ଫିଲ୍ମଟି ରିଲିଜ ହେବା ସହିତ ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ସେହିପରି ମେକର୍ସ ଫ୍ୟାନ୍ସଙ୍କ ଉତ୍ସାହକୁ ବଢାଇବା ପାଇଁ ପୂରା ଦୁନିଆରେ ୭୦୦୦ ସ୍କ୍ରିନରେ ଫିଲ୍ମକୁ ରିଲିଜ କରିଛନ୍ତି । କେବଳ ଭାରତରେ ହିଁ ଫିଲ୍ମକୁ ୪୦୦୦ ସ୍କ୍ରିନରେ ରିଲିଜ କରାଯାଇଛି । ଫିଳ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଦେଖାଯାଇଥିବା ଉତ୍ସାହକୁ ଦେଖି ଅନୁମାନ କରାଯାଇପାରେ ଯେ, ଫିଲ୍ମ ବକ୍ସ ଅଫିସ କଲେକ୍ସନରେ ଏକ ନୂଆ ରେକର୍ଡ ସୃଷ୍ଟି କରିବ । ଫିଲ୍ମ କ୍ରିଟିକ୍ସଙ୍କ ମତରେ ଏହି ଫିଲ୍ମ ପ୍ରଥମ ଦିନରେ ୨୦୦ କୋଟି କଲେକ୍ସନ କରିପାରେ ।

ଟ୍ୱିଟରରେ ମଧ୍ୟ ଫିଲ୍ମ ଦରବାରକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଜୋଶ ଦେଖିବାକୁ ମିଳିଛି । ଫିଲ୍ମକୁ ଦେଖିବା ପାଇଁ ଫ୍ୟାନ୍ସ ଥିଏଟର ବାହାରେ ଲାଇନ ଲଗାଇଥିବା ଦେଖିବାକୁ ମିଳିଛି ।

ଆପଣଙ୍କୁ କହିରଖୁଛୁ ଯେ, ଫିଲ୍ମରେ ରଜନୀକାନ୍ତଙ୍କ ସହିତ ନୟନତାରା, ସୁନିଲ ସେଟ୍ଟୀ ଏବଂ ପ୍ରତୀକ ବବର ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏ. ଆର. ମୁର୍ଗଦାସ । ସେ ଆମୀର ଖାନଙ୍କ ଫିଲ୍ମ ‘ଗଜନୀ’କୁ ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More