Only for Entertainment

ସୋସିଆଲ ମିଡିଆରେ ପାଲଟିଲା ବହୁଚର୍ଚ୍ଚିତ ଫିଲ୍ମ, ରଜନୀକାନ୍ତଙ୍କ ‘କାଲା’କୁ ଟ୍ୱିଟରରେ ମିଳିଲା ସ୍ପେଶାଲ ଇମୋଜି

The news minute
0 44

ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘କାଲା’ପାଇଁ ସୋମବାର ଦିନ ଟ୍ୱିଟର ଏକ ଖାସ ଇମୋଜି ଲଂଚ କରିଛି । ଫିଲ୍ମ ୭ଜୁନରେ ରିଲିଜ କରାଯିବ । ଆଇଏଏନଏସ ରିପୋର୍ଟ ମୁତାବିକ ବ୍ୟବହାରକାରୀ ହ୍ୟାସଟ୍ୟାଗ କାଲା ଟ୍ୱିଟ କରି ଖାସ ଡିଜାଇନ ହୋଇଥିବା ଇମୋଜି ପାଇ ପାରିବେ । ଟ୍ୱିଟରେ ହ୍ୟାସଟ୍ୟାଗ ପାଖରେ ଦେଖାଯାଉଥିବା ଇମୋଜି ଫିଲ୍ମରେ ରଜନୀକାନ୍ତଙ୍କର ଅଭିନୟରେ ପ୍ରେରିତ ଅଟେ । ଏହି ଇମୋଜି ୧୦ଜୁନ ପର୍ଯ୍ୟନ୍ତ ସକ୍ରିୟ ରହିବ ।

ଇକୋଜି ପାଇଁ ୱଣ୍ଡରବାର ଫିଲ୍ମସ ପ୍ରାଇଭେଟ ଲିମିଟେଡ ଏବଂ ଟ୍ୱିଟର ମାର୍କେଟିଂ ପାଇଁ ସହଯୋଗ କରିଛନ୍ତି । ୱଣ୍ଡରବାର ପ୍ରାଇଭେଟ ଲିମିଟେଡର କାର୍ଯ୍ୟକାରୀ ନିର୍ମାତା ତଥା ମୁଖ୍ୟ ଅପରେଟିଂ ଅଫିସର ଏସ ବିନୋଦ ରଜନୀକାନ୍ତକୁ ଭାରତର ସବୁଠାରୁ ବଡ ମହାନାୟକ କହିଛନ୍ତି ଏବଂ ଏହି ଇମୋଜି ଲଂଚକୁ ନେଇ ସେ ଖୁବ ଉତ୍ସାହିତ ବୋଲି ଜଣାଇଛନ୍ତି ଏବଂ ଏହା ପ୍ରଶଂସକଙ୍କୁ ନିହାତି ରୂପେ ପସନ୍ଦ ଆସିବ ବୋଲି ସେ ଅନୁମାନ ଲଗାଇଛନ୍ତି ।

ଟ୍ୱିଟର ଇଣ୍ଡିଆର ଏଂଟରଟେନ ହେଡ ପାର୍ଟନରଙ୍କ କହିବା ମୁତାବକ ଫିଲ୍ମ ଲଂଚ ହେବା ପୂର୍ବରୁ ଏହାକୁ ୨୦ଲକ୍ଷରୁ ଉଦ୍ଦ୍ୱର୍ ଟ୍ୱିଟ୍ସ ସହ ‘କାଲା’ଟ୍ୱିଟରରେ ସବୁଠାରୁ ଅଧିକ ଚର୍ଚ୍ଚିତ ଫିଲ୍ମ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More