Only for Entertainment

ପୁଣିଥରେ ପରଦାରେ ନଜର ଆସିବେ ମୁନ୍ନା ଭାଇ ।

The Indian Express
0 34

ପରଦାକୁ ଆସିବାକୁ ଯାଉଛି ମୁନ୍ନାଭାଇ ପାର୍ଟ-୩ । ଏହିଭଳି କିଛି ଖବର ଏବେ ଶୁଣିବାକୁ ମିଳୂୁଛି । ମୁନ୍ନାଭାଇ ଏମବିଏସ ଓ ଲଗେ ରହୋ ମୁନ୍ନାଭାଇ ସୁପରହିଟ ହେବାପରେ ଏବେ ଏହାର ପାର୍ଟ-୩ ଆସିବ ବୋଲି ଖବର ମିଳୁଛି । କିନ୍ତୁ ଏହାକୁ ନେଇ ପୂର୍ବରୁ କୌଣସି ସ୍ପଷ୍ଟ ସୂଚନା ମେକର ଦେଇନଥିବା ବେଳ ଏବେ ଫ୍ୟାନ୍ସ ମାନଙ୍କ ପାଇଁ ଏକ ଖୁସି ଖବର ନେଇଆସିଛନ୍ତି ମେକର ।

ଡାଇରେକ୍ଟର ରାଜକୁମାର ହିରାନି କହିଛନ୍ତି ଯେ ସେ ଏହାର ପାର୍ଟ-୩ ଆଣିବାକୁ ଯାଉଛନ୍ତିି । ଆଉଟଲୁକରେ ଦେଇଥିବା ଏକ ସାକ୍ଷାତକାରରେ ହିରାନି କହିଛନ୍ତି ଯେ ସେ ମୁନ୍ମାଭାଇ ର ପାର୍ଟ-୩ କରିବାକୁ ଚାହୁଁଥିଲେ ଓ ଏହାର ସ୍କ୍ରିପ୍ଟ ମଧ୍ୟ ପ୍ରସ୍ତ୍ୁତ ସରିଥିଲା , କିନ୍ତୁ ସ୍କିପ୍ଟ ପୂର୍ବର ଦୁଇଟି ଭାଗରେ ନ ମିଶିବାରୁୂ ତାକୁ ପୁଣିଥରେ ଠିକ୍ କରିବା ପାଇଁ କୁହାଯାଇଥିଲା ଓ ଏବେ ଏହାର ସବୁ ପାର୍ଟ ମିଶିଯାଇଥିବା କହିଛନ୍ତି ନିର୍ଦ୍ଦେଶକ ଓ ଏହାକୁ ନେଇ ଉତ୍ତମ ରୂପେ ସ୍କ୍ରିପ୍ଟ ଲେଖାହେବ ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More