Only for Entertainment

ନାଥୁରାମ ଗୋଡସେଙ୍କ ଚରିତ୍ରରେ ଅଭିନୟ କରିବାକୁ ମନା କରିଦେଲେ ରାଜକୁମାର

dainik bhaskar
210

ବଲିଉଡରେ ବିନା କୌଣସି ଗଡ଼ ଫାଦରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ରାଜକୁମାର ରାଓ । ତାଙ୍କ ଦ୍ୱାରା କରାଯାଇଥିବା ପ୍ରତ୍ୟେକଟି ଅଭିନୟ ଖୁବ ଜୀବନ୍ତ ଓ ହୃଦୟଛୁଆଁ । ଏବେ ରାଜକୁମାର ବାଛି ବାଛି ଫିଲ୍ମ କରୁଛନ୍ତି । କାରଣ ତାଙ୍କ ଅଭିନୀତ ସ୍ତ୍ରୀ ଦର୍ଶକଙ୍କୁ ଯଦିଓ ବେଶ୍ ପସନ୍ଦ ଆସିଥିଲା ତଥାପି ଅନ୍ୟ ୪,୫ଟି ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସିଲା ନାହିଁ ବା ଖାସ ରେସପନ୍ସ ମିଳିଲା ନାହିଁ । ଯେଉଁ କାରଣରୁ ଏବେ ରାଜକୁମାର ଫିଲ୍ମକୁ ନେଇ ଖୁବ ବାଛୁଛନ୍ତି ।

ଖବର ଅନୁସାରେ ରାଜକୁମାର ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କ ଅଗାମୀ ଫିଲ୍ମ ‘ଗାନ୍ଧୀ ଭର୍ସେସ ଗୋଡ଼ସେ’ରେ ଅଭିନୟ କରିବାକୁ ମନା କରି ଦେଇଛନ୍ତି । କାରଣ ନିର୍ମାତା ତାଙ୍କୁ ନାଥୁରାମ ଗୋଡ଼ସେ ଚରିତ୍ରରେ ଅଭିନୟ କରିବାକୁ ଅଫର କରିଥିଲେ, ଏବଂ କ୍ୟାରିଅରର ଏଭଳି ସ୍ଥାନରେ ନେଗେଟିଭ ଚରିତ୍ରରେ ଅଭିନୟ କରିବାକୁ ଚାହାଁନ୍ତି ନାହିଁ ରାଜକୁମାର । ଯେଉଁ କାରଣରୁ ସେ ମନା କରି ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More