Only for Entertainment

କେବେ ସାବନା ରଙ୍ଗ ପାଇଁ ରାଜକୁମାରଙ୍କୁ ମିଳି ନଥିଲା ଫିଲ୍ମ ।

Koimoi
0 30

ଅଭିନେତା ରାଜକୁମାର ରାଓ ନିଜର ଭଲ ଅଭିନୟ ଯୋଗୁଁ କିଛି ବର୍ଷ ମଧ୍ୟରେ ଏକ ଭିନ୍ନ ସଫଳତା ହାସଲ କରି ପାରିଛନ୍ତି । ତାଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । କାରଣ ତାଙ୍କ ଫିଲ୍ମ ଲଗାତାର ସୁପରହିଟ ମଧ୍ୟ ହେଉଛି । ଆସନ୍ତୁ ଜାଣିବା ରାଜକୁମାରଙ୍କ ବିଷୟରେ କିଛି ଖାସ କଥା ।

ରାଜକୁମାରଙ୍କ ବାସ୍ତବ ନାମ ରାଜକୁମାର ଯାଦବ । ତାଙ୍କ ଜନ୍ମ ହରିୟାଣାରେ ହୋଇଥିଲା । ରାଜକୁମାର ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି । ତାଙ୍କୁ ଗୋଟିଏ ପ୍ରକାରର ଚରିତ୍ରରେ ବାନ୍ଧି ରଖିହେବ ନାହିଁ । ସେ ବିବିଧ ଶୈଳୀର କଳାକାର । ନିଜର କଠିନ ପରିଶ୍ରମରେ ସେ ଭଲ ଅଭିନୟ ପରିବେଷଣ କରିଥାନ୍ତି । ସେ ୨୦୧୦ରେ ଫିଲ୍ମ ରଣରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଆରମ୍ଭରୁ ସେ ଛୋଟ ଛୋଟ ରୋଲ କରୁଥିଲେ । ୨୦୧୩ରେ ଫିଲ୍ମ ଶହିଦରୁ ତାଙ୍କ କ୍ୟାରିଅର ଆଗକୁ ବଢିଥିଲା । ଶ୍ରେଷ୍ଠ ଅଭିନୟ ପାଇଁ ତାଙ୍କୁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମିଳିଥିଲା । ତେବେ ସେ କିଙ୍ଗ ଖାନଙ୍କୁ ତାଙ୍କ ଆଦର୍ଶ ମାନନ୍ତି । ତାଙ୍କ କହିବା ଅନୁସାରେ ଶାହାରୁଖଙ୍କ ଭଳି ଜଣେ ଆଉଟ ସାଇଟର ଯଦି ସଫଳତା ପାଇ ପାରିଛନ୍ତି ମୁଁ ମଧ୍ୟ ତାହା କରିପାରିବି ।

ରାଜକୁମାର କହିଛନ୍ତିଯେ ଦିନେ ସମୟ ଥିଲା ଯେତେବେଳେ ତାଙ୍କୁ ଫିଲ୍ମରେ କାମ ମିଳୁନଥିଲା । ତାଙ୍କୁ ରିଜେକ୍ଟ କରିବାର କାରଣ ଥିଲା ତାଙ୍କ କମ୍ପେ୍ଲକ୍ସନ । ନିଜର ସାବନା ରଙ୍ଗ ଯୋଗୁଁ ତାଙ୍କୁ ଫିଲ୍ମ ମିଳୁନଥିଲା । ମୁମ୍ବାଇରେ ସେ ୧୦୦ରୁ ଅଧିକ ଅଡ଼ିସନ ମଧ୍ୟ ଦେଇଛନ୍ତି । ଭରଣପୋଷଣ ପାଇଁ କେତେକ ଆଡ଼ ଫିଲ୍ମ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More