Only for Entertainment

ଅଭିନେତା ରାଜ କୁମାର ରାଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ ଇଣ୍ଡିଆ ୱାଲି ଦୀବାଲୀ ’ ଅଭିଯାନକୁ ନେଇ ସେୟାର କଲେ ଭିଡ଼ିଓ !

15

ନିକଟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ‘ଭାରତ କି ଲକ୍ଷ୍ମୀ’ କୁ ନେଇ ଏକ ଭିଡିଓ ପ୍ରସ୍ତୁତ କରିଥିଲେ । ଯାହା  ବେଶ ଲୋକପ୍ରିୟ ହୋଇପାରିଥିଲା । ତେବେ ଦୀପାବଳୀକୁ ନଜରରେ ରଖି ଏବେ ରାଷ୍ଟ୍ର ପୁରଷ୍କାର ପ୍ରାପ୍ତ ଅଭିନେତା ରାଜ କୁମାର ରାଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ ଇଣ୍ଡିଆ ୱାଲି ଦୀବାଲୀ ’ ଅଭିଯାନକୁ ଏକ ଭିଡିଓ ମାଧ୍ୟମରେ ଦେଶବାସୀଙ୍କ ଉଦେଶ୍ୟରେ ଜାରି କରିଛନ୍ତି ।

ସୂଚନାଯୋଗ୍ୟ ଏହି ଅଭିଯାନର ଉଦେଶ୍ୟ ଦେଶଭିତରେ ଥିବା ମୌଳିକ ସୁବିଧାରୁ ବଞ୍ଚିତ ପିଲାମାନଙ୍କ ମୁହଁରେ ହସ ଫୁଟାଇବା । ଏହି ଦୀପାବଳିରେ ସେମାନଙ୍କ ସହ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ରାଜ କୁମାର ଏହି ବାବଦରେ କହିଛନ୍ତି କି, ‘ଏତେ ଏହି ଅଭିଯାନରେ ନିଜକୁ ସାମିଲ କରୁଥିବାରୁ ମୁଁ ବହୁତ ଖୁସି । ସମ୍ମାନୀୟ ପ୍ରଧାନମନ୍ତ୍ରୀ ଏହି ଅଭିଯାନର ଆରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ମତେ ଲାଗୁଛି କି ଦୀପାବଳି ଏକ ଖୁସି ଓ ଆନନ୍ଦର ପର୍ବ । ଏହି ପର୍ବରେ ସମସ୍ତେ ନିଜ ନିଜ ପରିବାର ସହ ଖୁସି ମନାଇଥାନ୍ତି । କିନ୍ତୁ ମୁଁ ଆଶା କରୁଛି ପ୍ରଧାନମନ୍ତ୍ରୀଙ୍କ ଏହି ଅଭିଯାନରେ ଲୋକମାନେ ନିଜେ ଖୁସି ହେବା ସହ ଅସହାୟ ମାନଙ୍କ ମୁହଁରେ ହସ ଫୁଟାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More