Only for Entertainment

ପୁଣିଥରେ ଲଣ୍ଡନ ରାସ୍ତାରେ ରିକ୍ରିଏଟ ହେଲା ଡିଡିଏଲଜେର ଦୃଶ୍ୟ ।

bollywood tadka
26

ବଲିଉଡ ଆକ୍ଟର ରାଜକୁମାର ରାଓ ଫିଲ୍ମ ସହିତନିଜ ବ୍ୟକ୍ତିଗତଜୀବନକୁ ନେଇ ମଧ୍ୟ ଖୁବ ଗମ୍ଭୀର । ସେ ତାଙ୍କ ଗର୍ଲଫ୍ରେଣ୍ଡ ପତ୍ରଲେଖା ସହିତ କେତେ ଖୁସି ରୁହନ୍ତି ଏହି ଭିଡ଼ିଓକୁ ଦେଖିବା ପରେ ଆପଣ ଅନୁମାନ କରିପାରିବେ । ଏହି ଭିଡ଼ିଓରେ ରାଜକୁମାର ଗର୍ଲଫ୍ରେଣ୍ଡ ପତ୍ରଲେଖାଙ୍କ ସହିତ ୧୯୯୫ରେ ଆସିଥିବା ହିଟ ଫିଲ୍ମ ଦିଲୱାଲେ ଦୁଲହନିୟାଁ ଲେ ଜାୟେଙ୍ଗେରେ ସୁପରଷ୍ଟାରଙ୍କ ଆଇକନିକ ସିନ ରିକ୍ରିଏଟ କରିଥିବା ନଜର ଆସିଛି । ଏହା ସେହି ଦୃଶ୍ୟ ଯେଉଁଥିରେ ଶାହାରୁଖ କାଜୋଲଙ୍କୁ ଅପେକ୍ଷା କରିଥିବେ ଏବଂ କାଜୋଲ ତାଙ୍କ ବାପାଙ୍କୁ ଯିବା ପାଇଁ ପରାମର୍ଶ ମାଗୁଥିବେ ।

 

ଭିଡ଼ିଓରେ ପତ୍ରଲେଖା ରାଜକୁମାରଙ୍କ ନିକଟକୁ ଦୌଡ଼ୁଥିବା ଦେଖିବାକୁ ମିଳିଛି । ଏହି ଭିଡ଼ିଓକୁ ଶେୟାର କରି ରାଜକୁମାର ଲେଖିଛନ୍ତି ‘ଚିଜେଁ ଯୋ ହମ ଲଣ୍ଡନମେ କି । ଫନ ମୋଡ ଅନ ।

କହିରଖୁଛୁ ରାଜକୁମାର ରାଓ ଶାହାରୁଖଙ୍କ ଜଣେ ବଡ଼ ଫ୍ୟାନ । କିଛି ମାସ ପୂର୍ବରୁ ଏକ ଆୱାର୍ଡ଼ ଶୋ’ରେ ଶାହାରୁଖ ଏବଂ ରାଜକୁମାରଙ୍କୁ ଛେୟାଁ ଛେୟାଁ ଗୀତରେ ଦେଖିବାକୁ ମିଳିଥିଲା ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ପତ୍ରଲେଖା ଫିଲ୍ମ ‘ବଦନାମ ଗଳି’ରେ ନଜର ଆସିଥିଲେ ଏବଂ ରାଜକୁମାର ଆଗକୁ ଦୁଇ ଦୁଇଟି ଫିଲ୍ମରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More