Only for Entertainment

Koffee With Karan 6: କାହିଁକି ପତ୍ରଲେଖାଙ୍କୁ ବିବାହ କରୁ ନାହାନ୍ତି କହିଲେ ରାଜକୁମାର !

38

କରଣ ଜୋହରଙ୍କ ଲୋକପ୍ରିୟ ଚାଟ ଶୋ’ରେ ୨୭ଜାନୁଆରୀ ଏପିସୋଡରେ ରାଜକୁମାର ରାଓ ଏବଂ ଭୂମି ପେଡନେକାର ପହଂଚିଥିଲେ । ଦୁହିଁଙ୍କୁ କରଣ ଅନେକ ପ୍ରଶ୍ନ ପଚାରିଥିଲେ । ଏହି ଶୋ’ର ଖାସିଅତ ହେଉଛି ସେଲିବ୍ରିଟିଙ୍କ ଅନେକ ପର୍ସନାଲ କଥା ଜାଣିବାକୁ ମିଳିଥାଏ । କରଣ ଖୁବ ସହଜରେ ପରିବାର ବିଷୟରେ ଖବର ଏହି ଶୋ’ ଜରିଆରେ ଦେଇଥାଏ । ରାଜକୁମାର ଏବଂ ଭୂମିଙ୍କ ସହ ମଧ୍ୟ କିଛି ଏଭଳି ଘଟିଥିଲା ।

ଶୋ’ରେ କରଣ ଜୋହର ରାଜକୁମାର ରାଓ ତାଙ୍କ ସମ୍ପର୍କ ବିଷୟରେ କହିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ସିଟି ଲାଇଟ୍ ର ଅଭିନେତ୍ରୀ ପତ୍ରଲେଖାଙ୍କୁ ବିବାହ କେବେ କରିବେ । ଏହାଉପରେ ରାଜକୁମାର ଉତ୍ତର ରଖିଥିଲେ ଯେ ଏବେ ସେ ପ୍ରସ୍ତୁତ ନୁହଁନ୍ତି । ଦୁହେଁ ଏକ ଭଲ ସମ୍ପର୍କରେ ଅଛନ୍ତି ଏବଂ ଖୁସି ଅଛନ୍ତି । ତାଙ୍କ ପରିବାର ଲୋକଙ୍କୁ ଏହି ସମ୍ପର୍କକୁ ନେଇ କୌଣସି ଆପତ୍ତି ନାହିଁ । ତାଙ୍କ ଉପରେ ବିବାହ ପାଇଁ କୌଣସି ଚାପ ଏବେ ଯାଏଁ ଦିଆଯାଇ ନାହିଁ । ଦୁହେଁ ନିଜ ନିଜ କ୍ୟାରିଅର ପାଇଁ ଖୁବ ବ୍ୟସ୍ତ ଅଛନ୍ତି ।

ଏହାପରେ କରଣ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ପତ୍ରଲେଖାଙ୍କୁ ତାଙ୍କ ଫିମେଲ କୋ-ଷ୍ଟାରଙ୍କୁ ନେଇ ଅସୁବିଧା ହୁଏ ନାହିଁ । ଏହା ଶୁଣି ରାଜକୁମାର ଉତ୍ତର ରଖିଥିଲେ ଯେ ସେ ଖୁବ ଖୋଲା ବିଚାର ମହିଳା । ଏସବୁ ତାଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More