Only for Entertainment

ଝିଅ ବେଶରେ ରାଜକୁମାରଙ୍କୁ ଚିହ୍ନିବା କଷ୍ଟକର, ଆପଣ ମଧ୍ୟ ଦେଖନ୍ତୁ

39

ରାଜକୁମାର ରାଓ ସେହି ଆକ୍ଟର ମାନଙ୍କ ମଧ୍ୟରେ ଜଣାଶୁଣା ଯିଏ ନିଜ ପରିଶ୍ରମ ଓ ଚେଷ୍ଟାରେ ବଲିଉଡରେ ଏକ ସୁନ୍ଦର ପରିଚୟ ସୃଷ୍ଟି କରିଛନ୍ତି । ସେ ସବୁବେଳେ ଏକ ଭିନ୍ନ ପ୍ରକାରର ଫିଲ୍ମ ଚୟନ କରନ୍ତି ଯାହା ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରେ । ଏବେ ରାଜକୁମାର ରାଓ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଏହି ଥର ଫିଲ୍ମ ‘ଲୁଡୋ’ରେ ଏକ ଭିନ୍ନ ରାଜକୁମାର ରାଓ ଏବଂ ଅନୁରାଗ ବାସୁଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ । ଫିଲ୍ମର ପୋଷ୍ଟର ସାମ୍ନାକୁ ଆସିଛି । ଯେଉଁଥିରେ ରାଜକୁମାର ରାଓ ନଜର ଆସିଛନ୍ତି । ଖାସ କଥା ହେଉଛି ଫଟୋ ଦେଖିବା ପରେ ରାଜକୁମାରଙ୍କୁ କେହି ଚିହ୍ନି ପାରିବେ ନାହିଁ ।

 

 

View this post on Instagram

 

Happy new year guys. #LUDO 🙏❤️@anuragbasuofficial @bhushankumar @tseries.official

A post shared by RajKummar Rao (@rajkummar_rao) on

ଫଟୋରେ ରାଜକୁମାରଙ୍କୁ ଝିଅ ବେଶରେ ଦେଖିବାକୁ ମିଳିଛି । ଅନ୍ୟ ଏକ ଫଟୋରେ ବାଇକରେ ନଜର ଆସିଛନ୍ତି ଅଭିନେତା । କହିରଖୁଛୁ ଫଟୋ ଦେଖି ରାଜକୁମାରଙ୍କୁ ଚିହ୍ନିବା କଷ୍ଟ ହୋଇ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More