Only for Entertainment

‘ସ୍ତ୍ରୀ’ ପରେ ‘ରୁହ ଅଫ୍ଜା’ ଜରିଆରେ ଦର୍ଶକଙ୍କୁ ଡରାଇବେ ରାଜକୁମାର ରାଓ, ଭୂତ ଫିଲ୍ମରେ ରହିବ କମେଡିର ଡବଲ ଡୋଜ

dnaindia
54

ଗତବର୍ଷ ରିଲିଜ ହୋଇଥିବା ହରର-କମେଡି ଫିଲ୍ମରେ ଶ୍ରଦ୍ଧା କପୁର ଏବଂ ରାଜ କୁମାରଙ୍କ ଅଭିନୟ ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା । ଫିଲ୍ମରେ ହରର ସହିତ ରାଜ କୁମାର ରାଓଙ୍କ କମେଡି ପଂଚକୁ ଲୋକେ ବାରମ୍ବାର ଦେଖିବାକୁ ପସନ୍ଦ କରୁଛନ୍ତି । ଫିଲ୍ମ ବକ୍ସ ଅଫିସରେ ଖୁବ ସଫଳ ମଧ୍ୟ ହୋଇଥିଲା । ଏହାକୁ ଧ୍ୟାନରେ ରଖି ଫିଲ୍ମ ନିର୍ମାତା ଦିନେଶ ବିଜାନ ଦ୍ୱିତୀୟ ଥି ପାଇଁ ରାଜ କୁମାର ରାଓଙ୍କ ସହିତ ଆଗାମୀ ହରର-କମେଡି ଫିଲ୍ମର ଘୋଷଣା କରିଛନ୍ତି ।

 

ଦିନେଶ ବିଜାନ ଅନେକ ଦିନରୁ ଏହି ଫିଲ୍ମର ଘୋଷଣା କରିଥିଲେ ମଧ୍ୟ ଏବେ ଏହାର ନାମ କ’ଣ ରହିବ ତାହାର ଖୁଲାସା କରିଛନ୍ତି । ଏହି ଫିଲ୍ମର ନାମ ଖୁବ ଭିନ୍ନ ରଖିଛନ୍ତି ମେକର୍ସ । ଖବର ଅନୁସାରେ ମେକର୍ସ ଏହି ଫିଲ୍ମର ନାମ ‘ରୁହ ଅଫ୍ଜା’ ରଖିଛନ୍ତି । ଏହି ଫିଲ୍ମ ‘ସ୍ତ୍ରୀ’ ପରି ଏକ ହରର ଫିଲ୍ମ ହେବ ଏବଂ ଏହା ସହିତ କମେଡି ପଂଚ ମଧ୍ୟ ମିଳିବ ।

ଫିଲ୍ମରେ କମେଡି ଡୋଜକୁ ବଜାୟ ରଖିବା ପାଇଁ ନିର୍ମାତା ଜଣେ ପ୍ରସିଦ୍ଧ କମେଡି ଷ୍ଟାରଙ୍କୁ ଫିଲ୍ମରେ କାଷ୍ଟ କରିଛନ୍ତି । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ବରୁଣ ଶର୍ମା । ତେବେ ଫିଲ୍ମରେ ରାଜକୁମାରଙ୍କ ଅପୋଜିଟରେ କେଉଁ ନାୟିକା ନଜର ଆସିବେ ତାହାର ଖୁଲାସା ଏପର୍ଯ୍ୟନ୍ତ ହୋଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More