Only for Entertainment

ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ସୁପରହିଟ ଫିଲ୍ମ ‘ ଚୁପକେ ଚୁପକେ’ର ରିମେକରେ ନଜର ଆସିବେ ରାଜକୁମାର ରାଓ

you tube
17

ବଲିଉଡରେ ଏବେ ପୁରୁଣା କ୍ଲାସିକାଲ ଫିଲ୍ମର ରିମେକ ଟ୍ରେଣ୍ଡ ଚାଲିଛି । ଏହି ଲିଷ୍ଟରେ ଏବେ ଆଉ ଏକ ଫିଲ୍ମର ନାଁ ସାମିଲ ହୋଇଛି । ଖବର ଅନୁସାରେ ଲଭ ରଂଜନ ଏବଂ ଭୂଷଣ କୁମାର ୧୯୭୫ରେ ରିଲିଜ ହୋଇଥିବା ଧର୍ମେନ୍ଦ୍ର ଏବଂ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଚୁପକେ ଚୁପକେ’ର ରିମେକ ନିର୍ମାଣ କରିବାକୁ ଯାଉଛନ୍ତି ।

chupke chupke

ମୁମ୍ବାଇ ମିରରର ରିପୋର୍ଟ ଅନୁସାରେ ଏହି ପିଲ୍ମରେ ରାଜକୁମାର ରାଓ ନଜର ଆସିପାରନ୍ତି । ଏହି ଫିଲ୍ମରେ ରାଜକୁମାର ରାଓ ପ୍ରଫେସର ପରିମଳ ତ୍ରିପାଠୀଙ୍କ ଭୂମିକାରେ ନଜର ଆସିପାରନ୍ତି । ଓରିଜିନାଲ ଫିଲ୍ମରେ ଏହି ଭୂମିକାରେ ଧର୍ମେନ୍ଦ୍ର ନଜର ଆସିଥିଲେ । ଫିଲ୍ମର ବାକି ଷ୍ଟାରକାଷ୍ଟଙ୍କୁ ନେଇ ଏପର୍ଯ୍ୟନ୍ତ କୌଣସି ଖବର ଆସିନାହିଁ । ଫିଲ୍ମର ସ୍କ୍ରିପ୍ଟ ଉପରେ ଏବେ କାମ ଚାଲିଛି । ଶୁଣିବାକୁ ମିଳୁଛି ଯେ, ରାଜକୁମାରଙ୍କୁ କୁଆଡେ ଏହି ଫିଲ୍ମର ରିମେକ ଆଇଡିଆ ପସନ୍ଦ ଆସିଛି ।

ରାଜକୁମାରଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ଫିଲ୍ମ ମେଣ୍ଟାଲ ହେ କ୍ୟାରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ଅପୋଜିଟରେ କଙ୍ଗନା ରଣାୱତଙ୍କୁ ଦେଖିବାକୁ ମିଳିବ । ଫିଲ୍ମ ୨୧ ଜୁନରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More