Only for Entertainment

ରିଲିଜ ହେଲା ରାଜ କୁମାର ରାଓଙ୍କ ଫିଲ୍ମ ‘ମେଡ ଇନ ଚାଇନା’ର ଦମଦାର ଟ୍ରେଲର, ପୁଣିଥରେ ଲୋକଙ୍କୁ ହସାଇ ହସାଇ କରିବେ ବେଦମ

latestly
56

ରାଜକୁମାର ରାଓ ଏବଂ ମୌନୀ ରୟଙ୍କ ଆଗାମୀ ଫିଲ୍ମ ‘ମେଡ ଇନ ଚାଇନା’ର ଦମଦାର ଟ୍ରେଲର କିଛି ସମୟ ପୂର୍ବରୁ ରିଲିଜ ହୋଇଛି । ଫିଲ୍ମରେ ରାଜକୁମାର ଜଣେ ଗୁଜରାଟୀ ବ୍ୟବସାୟୀ ଭାବେ ନଜର ଆସିଛନ୍ତି ଏବଂ ଅଭିନେତ୍ରୀ ମୌନୀଙ୍କୁ ତାଙ୍କ ପତ୍ନୀ ଭୂମିକାରେ ଦେଖିବାକୁ ମିଳିଛି । ଏହି ଫିଲ୍ମକୁ ଗୁଜରାଟୀ ନିର୍ଦ୍ଦେଶକ ମିଖିଲ ମୁସଲେ ନିର୍ଦ୍ଦେଶନା ଦେଇଛନ୍ତି । ନିର୍ଦ୍ଦେଶକ ଭାବେ ଏହା ତାଙ୍କର ପ୍ରଥମ ବଲିଉଡ ଫିଲ୍ମ । ୨୦୧୬ରେ ମିଖିଲ ମୁସଲେଙ୍କ ଗୁଜରାଟୀ ଥ୍ରିଲର ଫିଲ୍ମ ‘ରଙ୍ଗ ସାଇଡ ରାଜୁ’ ସର୍ବଶ୍ରେଷ୍ଠ ଗୁଜରାଟୀ ଫିଚର ଫିଲ୍ମ ଭାବେ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନୀତ ହୋଇଥିଲା ।

ଫିଲ୍ମ ଟ୍ରେଲର ବିଷୟରେ କହିବାକୁ ଗଲେ ରାଜକୁମାର ରାଓ ଜଣେ ବ୍ୟବସାୟୀ ହେବାକୁ ଚାହାଁନ୍ତି । ଯେଉଁଥିପାଇଁ ସେ ବିଭିନ୍ନ ପ୍ରକାରର ଉପାୟ ଆପଣାଉଥିବା ଦେଖିବାକୁ ମିଳିଛି । ବ୍ୟବସାୟୀ ହେବା ଚକ୍କରରେ ସେ ଚାଇନା ଯାଆନ୍ତି ଏବଂ ସେଠାରେ ତାଙ୍କ ଲାଇଫ ବଦଳି ଯାଏ ।

ଫିଲ୍ମରେ ରାଜକୁମାର ରାଓ ଏବଂ ମୌନୀ ରୟଙ୍କ ବ୍ୟତିତ ପରେଶ ରାୱଲ, ବୋମନ ଇରାନୀ ଏବଂ ସୁମିତ ବ୍ୟାସଙ୍କ ପରି କଳାକାର ନଜର ଆସିବେ । ଫିଲ୍ମରେ ଅନେକ ଡବଲ ମିନିଂ ଡାଇଲଗ ମଧ୍ୟ ରହିଛି । ଫିଲ୍ମ ପ୍ରଥମେ ୩୧ ଅଗଷ୍ଟରେ ରିଲିଜ ହେବା ପାଇଁ ସ୍ଥିର କରାଯାଇଥିଲା କିନ୍ତୁ ମେକର୍ସ ଫିଲ୍ମକୁ ଦିୱାଲୀରେ ରିଲିଜ କରିବା ପାଇଁ ସ୍ଥିର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More